ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଘୋଷିତ, ସ୍ଥାନ ପାଇଲେ ଓଡ଼ିିଆ ଖେଳାଳି ଅମିତ ରୋହି ଦାସ

ନୂଆଦିଲ୍ଲୀ: ଏପ୍ରିଲ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ସମ୍ମାନଜନକ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଆଜି ଭାରତୀୟ ହକି ଦଳ ନାମ ଘୋଷଣା କରାଯାଇଛି। ପୁଲ-ବିରେ ପାକିିସ୍ତାନ, ମାଲେସିଆ, ଇଂଲଣ୍ଡ, େଓ୍ଵଲ୍ସ ସହିତ ସ୍ଥାନ ପାଇଥିବା ଭାରତୀୟ ଦଳ ଏପ୍ରିଲ ୭ ତାରିଖରୁ ତାର ଅଭିଯାନ ଆରମ୍ଭ କରିବ। ଏହି ଭାରତୟ ଦଳର ନେତୃତ୍ୱ ନେବେ ମିଡ୍‌ ଫିଲଡ୍‌ର ମନପ୍ରୀତ ସିଂହ । ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି।
ଘୋଷିତ ଭାରତୀୟ ଦଳ:
ଗୋଲକିପର- ଶ୍ରୀଜେଶ ପି ରବିନ୍ଦ୍ରନ, ସୁରଜ କରକେରା
ଡିଫେଣ୍ଡର: ରୁପିନ୍ଦର ପାଲ ସିଂହ, ହରମନପ୍ରୀତ ସିଂହ, ବରୁଣ କୁମାର, କୋଥାଜିତ ସିଂହ କଦଙ୍ଗବାମ, ଜୁରିନ୍ଦର ସିଂହ, ଅମିତ ରୋହିଦାସ,
ମିଡ୍‌ ଫିଲ୍ଡର: ମନପ୍ରୀତି ସିଂହ( ଅଧିନାୟକ), ଚିଙ୍ଗଲେନ୍ସନା ସିଂହ କଙ୍ଗୁଜାମ( ଉପଅଧିନାୟକ), ସୁମିତ, ବିବେକ ସାଗର ପ୍ରସାଦ
ଫରଓ୍ଵାର୍ଡ: ଆକଶଦୀପ ସିଂହ, ସୁନୀଲଏସ ଭିଟାଲଚାର୍ଯ୍ୟ, ଗୁରଜାନ୍ତ ସିଂହ ଓ ମନଦୀପ ସିଂହ।

ସମ୍ବନ୍ଧିତ ଖବର