ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଟିମ୍‌ ଇଂଲଣ୍ଡ ବିପକ୍ଷରେ ୪-୩ରେ ବିଜୟୀ

ଗୋଲଡ୍‌କୋଷ୍ଟ: ଭାରତୀୟ ପୁରୁଷ ହକି ଟିମ୍‌କୁ ବୁଧବାର ପୁଣିଥରେ ବିଜୟ ମିଳିଛି। ଭାରତୀୟ ହକି ଟିମ୍‌ ୪-୩ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ହକି ଟିମ୍‌ର ମନପ୍ରୀତ ସିଂହ ୩୩ ଓ ୬୦ ମିନିଟ, ରୁପିନ୍ଦର ପାଲ ସିଂହ ୫୧ ମିନିଟ, ବରୁଣ କୁମାର ୬୦ ମିନିଟରେ ଗୋଲ ଦେଇଥିଲେ। ଭାରତୀୟ ଟିମ୍‌ ପୁଲ-ବିରେ ୧୦ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ପହଞ୍ଚିଛି। ଭାରତର ଆଗାମୀ ମୁକାବିଲା ଶୁକ୍ରବାର ନ୍ୟୁଜିଲାଣ୍ଡ ସହିତ ସେମିଫାଇନାଲରେ ହେବ।

ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚ୍‌କୁ ନେଇ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି ବୋଲି ମୁଖ୍ୟ କୋଚ ମାର୍ଜେନ କହିଛନ୍ତି। ରୁପିନ୍ଦର ପାଲ ସିଂହ(୫୧ ଓ ମନପ୍ରୀତ ସିଂହ(୩୩) ଭାରତ ପକ୍ଷରୁ ଗୋଲ ଦେଇଥିଲେ। ଇଂଲଣ୍ଡର ଡାଭିଡ କ୍ୟଣ୍ଡନ(୧୭), ଲିଆମ ଅନସେଲ(୫୨) ଓ ସାମ୍‌ ଓ୍ଵାର୍ଡ(୫୬) ଗୋଲ ଦେଇଥିଲେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ ଏପ୍ରିଲ ୧୩ ଅନରାହ୍ନ ୩ଟାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର