ରାଞ୍ଚି ଟେଷ୍ଟ : ରୋହିତ ଶର୍ମାଙ୍କ ଶତକ, ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ସ୍ଥିତି ଦୃଢ କଲା ଭାରତ

ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ଛକା ମାରିବାରେ ବିଶ୍ୱରେକର୍ଡ କଲେ ରୋହିତ

ରାଞ୍ଚି :ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଓପନିଂ କରୁଥିବା ରୋହିତ ଶର୍ମାଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଅବ୍ୟାହତ ରହିଛି । ଆଜି ସ୍ଥାନୀୟ ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ୩ୟ ଟେଷ୍ଟର ପ୍ରଥମ ଦିନରେ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ନିଜର ପ୍ରଥମ ଇନିଂସରେ ୩ ଓ୍ଵିକେଟ ହରାଇ ୨୨୪ ରନ ସଂଗ୍ରହ କରିଛି ।

ଆଜି ରୋହିତ ଶର୍ମା  ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ତାହା ହେଉଛି ଗୋଟିଏ ସିରିଜରେ ସର୍ବାଧିକ ସଂଖ୍ୟକ ଛକା ମାରିବା । ସେ ଚଳିତ ସିରିଜରେ ୧୬ଟି ଛକା ମାରି  ୱେଷ୍ଟଇଣ୍ଡିଜର  ସିମରନ ହେଟମେରଙ୍କ ୧୫ ଛକାର ରେକର୍ଡକୁ ଭାଙ୍ଗିଦେଇଛନ୍ତି ।

ଭାରତ ପକ୍ଷରୁ ରୋହିତ ଶର୍ମା ୧୧୭ ଓ ଆଜିଙ୍କ୍ୟ ରାହାଣେ ୮୩ ରନ କରି ଅପରାଜିତ ଅଛନ୍ତି । ଇନିଂସ ଆରମ୍ଭରୁ ମାତ୍ର ୩୯ ରନରେ ଭାରତ ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ଓ୍ଵିକେଟ ହରାଇ ସଂକଟରେ ପଡିଥିବାବେଳେ ରୋହିତ ଓ ଅଜିଙ୍କ୍ୟ ୧୮୫ ରନର ଏକ ଅପରାଜିତ ପାର୍ଟନରସିପ୍‌ ଦଳକୁ ସଂକଟରୁ ଉଦ୍ଧାର କରିବା ସହ ଟିମର ସ୍ଥିତିକୁ ଦୃଢ କରିପାରିଛନ୍ତି । ଆଜି ରୋହିତ ଶର୍ମା ଆଉ ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ତାହା ହେଉଛି ଗୋଟିଏ ସିରିଜରେ ସର୍ବାଧିକ ସଂଖ୍ୟକ ଛକା ମାରିବା । ସେ ଚଳିତ ସିରିଜରେ ୧୬ଟି ଛକା ମାରି ସିମରନ ହେଟମେରଙ୍କ ୧୫ ଛକାର ରେକର୍ଡକୁ ଭାଙ୍ଗିଦେଇଛନ୍ତି ।

ସମ୍ବନ୍ଧିତ ଖବର