ଇଣ୍ଡିଆନ୍‌ ସ୍କୁଲ୍‌ ବାସ୍କେଟ୍‌ବଲ୍‌ ଲିଗ୍‌:ଭୁବନେଶ୍ୱରକୁ ଦ୍ୱିମୁକୁଟ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍‌-୧ ବାସ୍କେଟ୍‌ବଲ୍‌ କୋର୍ଟ ଏବଂ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଇଣ୍ଡିଆନ୍‌ ସ୍କୁଲ୍‌ ବାସ୍କେଟ୍‌ବଲ୍‌ ଲିଗ୍‌ (ଆଇଏସ୍‌ବିଏଲ) ଉଦ୍‌ଯାପିତ ହୋଇଯାଇଛି। ଦୁଇ ଭୁବନେଶ୍ୱର ଦଳ ବିଜେତା ହୋଇଛନ୍ତି। ବାଳିକାରେ ୟୁନିଟ୍‌-୪ ହାଇସ୍କୁଲ୍‌ ବିଜେତା ହୋଇଥିବାବେଳେ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ ଓ ଡିଏଭି ପବ୍ଳିକ୍‌ ସ୍କୁଲ୍‌ (କଟକ) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଉପ ବିଜେତା ହୋଇଥିଲା। ସେହିଭଳି ବାକକରେ ୟୁନିଟ-୯ ହାଇସ୍କୁଲ୍‌ ମୁକୁଟ ହାସଲ କରିଥିବାବେଳେ ମଦର୍ସ ଓ ଡିପିଏସ୍‌ କଳିଙ୍ଗ ପରବର୍ତୀ ୨ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଭୁବନେଶ୍ୱର ବାସ୍କେଟ୍‌ବଲ ସଂଘ ସଭାପତି ମକବୁଲ୍‌ ଅଲୀ, ଓଡ଼ିଶା ବାସ୍କେଟ୍‌ବଲ୍‌ ସଂଘ ସମ୍ପାଦକ ଜ୍ଞାନରଂଜନ ପରିଡ଼ା, ୟୁନିଟ୍‌-୯ ବାଳକ ହାଇସ୍କୁଲ୍‌ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ପୂର୍ବତନ ରାଜ୍ୟ ଖେଳାଳି ତଥା ରେଫରି ବୋର୍ଡ ଅଧ୍ୟକ୍ଷ ସୁମନ୍ତ ମହାପାତ୍ର ପ୍ରମୁଖ ଅତିଥି ଥିଲେ। ସକଳେଶ୍ୱର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର