ଭାରତୀୟ ସଫ୍ଟଟେନିସ୍‌ ଦଳରେ ଶିବରାମ

ଭୁବନେଶ୍ୱର: ଆମେରିକାର ହାଓ୍ଵାଇଠାରେ ଏପ୍ରିଲ୍‌ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓ୍ଵାତାକ୍ୟୁ କପ୍‌ ହାଓ୍ଵାଇ ଓପନ୍‌ ପାଇଁ ଓଡ଼ିଶାର ଶିବରାମ ସ୍ୱାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଗତବର୍ଷ ଶିବରାମ ଦକ୍ଷିଣ କୋରିଆରେ ଏସୀୟ ସଫଟ୍‌ ଟେନିସ୍‌ ଏବଂ କୋରିଆ କପ୍‌ରେ ଭାଗ ନେଇ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହିବର୍ଷ ମଧ୍ୟ ଇନ୍ଦୋନେସିଆ ଓପନ୍‌ରେ ଖେଳି ଗୌରବ ବଢ଼ାଇଥିଲେ। ଶିବରାମଙ୍କୁ ଓଡ଼ିଶା ସଫଟ ଟେନିସ୍‌ ସଂଘର ସାଧାରଣ ସମ୍ପାଦକ ମହମ୍ମଦ ଆଜାମ ଏବଂ ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ ଏବଂ ମୁଖ୍ୟ ପୃଷ୍ଠପୋଷକ ମନୋରଂଜନ ମହାନ୍ତି ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର