ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ରେ ଖେଳିବ ଓଡ଼ିଶା ପୁଲିସ

କଟକ: ଭାରତୀୟ ମହିଳା ଲିଗ୍‌ ଫୁଟ୍‌ବଲ ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ିଶାରୁ ଓଡ଼ିଶା ପୁଲିସ୍‌ ଦଳ ଅ˚ଶଗ୍ରହଣ କରିବ। ନିକଟରେ ଶେଷ ହୋଇଥିବା ଫାଓ ମହିଳା ଲିଗ୍‌ରେ ପୂର୍ବତଟ ରେଳବାଇ ବିଜେତା ଏବଂ ଓଡ଼ିଶା ପୁଲିସ୍‌ ଉପବିଜେତା ହୋଇଥିଲା। ହେଲେ ରେଳବାଇ ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ମନା କରିବାରୁ ଦ୍ବିତୀୟ ସ୍ଥାନରେ ଥିବା ଓଡ଼ିଶା ପୁଲିସ୍‌ ଭାରତୀୟ ଫୁଟ୍‌ବଲ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଆସନ୍ତାକାଲି (୨୪ ତାରିଖ)ଠାରୁ ଫେବ୍ରୁଆରିରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୧୨ ଦଳ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରୁଥିବା ବେଳେ ଓଡ଼ିଶା ପୁଲିସ୍‌ ଗ୍ରୁପ୍‌ ବି’ରେ ସ୍ଥାନ ପାଇଛି। ୨୫ ତାରିଖରେ ଓଡ଼ିଶା ପୁଲିସ୍‌ ତା’ର ପ୍ରଥମ ମ୍ୟାଚ୍‌ରେ କେନକର ଏଫ୍‌ସି, ୨୯ ତାରିଖରେ ବାଙ୍ଗାଲୋର ୟୁନାଇଟେଡ୍‌ ଏଫ୍‌ସି, ଫେବ୍ରୁଆରି ୧ ତାରିଖରେ ରୋଇ ଵିନର୍ସ, ୪ ତାରିଖରେ ବିଦେଶ ଏକାଦଶ, ୭ ତାରିଖରେ ଶ୍ରୀଭୂମି ଏଫ୍‌ସି ବିପକ୍ଷରେ ଖେଳିବ। ଦଳ ସହିତ ପ୍ରଶିକ୍ଷକ ଭାବେ ଭାରତୀୟ ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ ସାହିଦ ଜବାର, ସହକାରୀ ପ୍ରଶିକ୍ଷକ ଭାବେ ଗାୟତ୍ରୀ ମଲ୍ଲିକ, ପ୍ରବନ୍ଧକ ଭାବେ ସକିନା ନିସା ନିଯୁକ୍ତ ହୋଇଛନ୍ତି।

ଓଡ଼ିଶା ପୁଲିସ୍‌ ଦଳ: ରାଜେଶ୍ବରୀ ଦାସ, ସୋନାଲି ଓରାମ, ଡିଗି ମାଝୀ, ପ୍ରଭାସିନୀ ପରିଡ଼ା, ପାର୍ବତୀ କୁଜୁର, ସସ୍ମିତା ବେହେରା, ସିନୁଲତା ସାହୁ, ସ୍ବର୍ଣ୍ଣପ୍ରିୟା ନାୟକ, ଯବାମଣି ସୋରେନ୍‌, ଅନିମା ମଲ୍ଲିକ, ସସ୍ମିତା ଏକ୍କା, ଜସ୍‌ମଣି ସମଦ, ହେମା ଖାଖା, ଜ୍ୟୋତ୍ସ୍ନା ମଲ୍ଲିକ, କରିସ୍ମା ଓରାମ, ଗୋମତି ବାରା, ଆରତି ଅନିମା ଖଡ଼ିଆ, ଟିକିନା ସାମଲ।

ସମ୍ବନ୍ଧିତ ଖବର