ଭାରତୀୟ ମହିଳା ଜିମ୍ନାଷ୍ଟିକ୍ ଦଳ ମଙ୍ଗଳବାର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛି। ଦୀପା କର୍ମକାର, ପ୍ରଣତୀ ନାୟକ, ଅରୁଣା ବୁଦାରେଡ୍ଡୀ, ପ୍ରଣତୀ ଦାସ ଏବଂ ମନ୍ଦିରା ଚୌଧୁରୀଙ୍କୁ ନେଇ ଗଠିତ ଭାରତୀୟ ଦଳ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ୧୪୪.୩୦୦ ପଏଣ୍ଟ୍ ସହ ସପ୍ତମ ସ୍ଥାନରେ ରହି ଫାଇନାଲ୍ରେ ପହଞ୍ଚିଥିଲା। ସେହିପରି ବ୍ୟକ୍ତିଗତ ବର୍ଗରେ ପ୍ରଣତୀ ନାୟକ ଓ ଅରୁଣା (ଭଲ୍ଟ) ଏବଂ ଦୀପା (ବାଲାନ୍ସ ବିମ୍) ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।