କଟକ: ଭାରତୀୟ ମହିଳା ଲିଗ୍ରେ ପ୍ରଥମ ଥର ପାଇଁ ରାଇଜି˚ ଷ୍ଟୁଡେଣ୍ଟ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ଲୁଧିଆନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ତୃତୀୟ ସ˚ସ୍କରଣରେ ରାଇଜି˚ ଷ୍ଟୁଡେଣ୍ଟ ମାତ୍ର ଗୋଟିଏ ମ୍ୟାଚ ଜିତିପାରିଥିଲା। ଶୁକ୍ରବାର ଶେଷ ମ୍ୟାଚରେ ରାଇଜି˚ ୨-୧ ଗୋଲରେ ଅଳଖପୁରା ଏଫ୍ସିକୁ ହରାଇଛି। ମ୍ୟାଚର ୮ମିନିଟ୍ରେ ଶିବାନୀ ଶର୍ମା ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ତେବେ ୨୮ତମ ମିନିଟ୍ରେ ଅଳଖପୁରାର ରବିନା ସ୍ଥିତି ବରାବର କରିଥିଲେ। ୨ମିନିଟ୍ ପରେ ଅଶ୍ରିତା କଙ୍ଗାଡି ପୁଣି ଥରେ ଓଡ଼ିଶାକୁ ଆଗରେ ରଖିଥିଲେ। ଏହା ପରେ ଆଉ କୌଣସି ଗୋଲ ନହେବାରୁ ଓଡ଼ିଶା ସାନ୍ତ୍ବନାମୂଳକ ବିଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଛି। ପୂର୍ବରୁ ଓଡ଼ିଶା ଖେଳିଥିବା ଅନ୍ୟ ଲିଗ୍ ମ୍ୟାଚଗୁଡିକ ମଧ୍ୟରେ ପ୍ରଥମ ମ୍ୟାଚରେ ଗୋକୁଳମ୍ଠାରୁ ୦-୫ ଗୋଲ, ଏସ୍ଏସ୍ବିଠୁ ୦-୧ ଗୋଲ, ହନ୍ସ ଫୁଟବଲ କ୍ଲବ୍ଠୁ ୧-୨ ଗୋଲରେ ପରାସ୍ତ ହୋଇଥିଲାବେଳେ, ପଞ୍ଜିମ ଫୁଟବଲର୍ସ ସହ ୧-୧ ଗୋଲରେ ଅମୀମା˚ସିତ ରଖିଥିଲା। ରାଇଜି˚ ଷ୍ଟୁଡେଣ୍ଟ ଖେଳିଥିବା ଦୁଇଟି ସ˚ସ୍କରଣରେ ପ୍ରଥମ ଥର ଉପ ବିଜେତା ଓ ଦ୍ବିତୀୟ ଥର ବିଜେତା ହୋଇଥିଲା। କିନ୍ତୁ ଏଥର ଲିଗ୍ ପର୍ଯ୍ୟାୟରୁ ରାଇଜି˚ ବିଦାୟ ନେଇଛି।