ଇଣ୍ଡିଜ୍‌-ଶ୍ରୀଲଙ୍କା ଟେଷ୍ଟ ଅମୀମାଂସିତ

ଗ୍ରସ୍‌ ଆଇସ୍‌ଲେଟ୍‌: ବର୍ଷା, ଆଲୋକ ଅଭାବ ବଲ୍‌ ବିବାଦ ଭିତରେଦ୍ୱିତୀୟ ଟେଷ୍ଟ ଅମୀମାଂସିତ ରହିଲା। ଆରମ୍ଭରୁ ଭଲ ସ୍ଥିତିରେ ଥିବା େଓ୍ଵଷ୍ଟଇଣ୍ଡିଜ୍‌ ଶେଷରେ ପରାଜୟ ଆଶଙ୍କାରେ ପଡ଼ି ଯାଇଥିଲା। ଶ୍ରୀଲଙ୍କାକୁ ବିଜୟ ପାଇଁ ବର୍ଷା ବାଟ ଛାଡ଼ିଲାନି। ଯାହା ଫଳରେ େଓ୍ଵଷ୍ଟଇଣ୍ଡିଜ୍‌ ପରାଜୟ ଏଡାଇ ପାରିଲା। ଏଥି ସହିତ ପ୍ରଥମ ଟେଷ୍ଟଜୁ ଜିତି ନେଇଥିବା ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ବଜାୟ ରଖିଲା। ଶ୍ରୀଲଙ୍କାର ପ୍ରଥମ ପାଳି ୨୫୩ ରନ୍‌ ଜବାବରେ େଓ୍ଵଷ୍ଟଇଣ୍ଡିଜ୍‌ ୩୦୦ ରନ୍‌ କରିଥିଲା। ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୩୪୨ ରନ୍‌ କରିବା ପରେ ଇଣ୍ଡିଜ୍‌ ୧୪୭/୫ରେ ସୀମିତ ରହିଥିଲା। ମ୍ୟାଚ୍‌ରେ ମୋଟ ୧୩ ଓ୍ଵିକେଟ୍‌ ନେଇଥିବା ସାନନ୍‌ ଗାବ୍ରିଏଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର