ଇଣ୍ଡୋନେସିଆ ଓପନ: ଚୀନ ପ୍ରତିଯୋଗୀଙ୍କୁ ହରାଇ ଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଚୀନର ପ୍ରତିଯୋଗୀ ଚେନ୍‌ ୟୁଫିଙ୍କୁ ୨୧-୧୯ ଓ ୨୧-୧୦ରେ ପରାସ୍ତ କରି ପିଭି ସିନ୍ଧୁ ଫାଇନାଲରେ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ସିନ୍ଧୁ ପ୍ରଥମ ଥର ପାଇଁ କୌଣସି ଏକ ବଡ଼ ଧରଣର ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଠାରେ ଜାରି ଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସିନ୍ଧୁ ଓ ଜାପାନର ଆକାନେ ୟାମାଗୁଚୀଙ୍କ ମଧ୍ୟରେ ମୁକାବିଲା ହେବ। ୟାମାଗୁଚୀଙ୍କ ବିରୋଧରେ ଅତୀତରେ ଭଲ ପ୍ରଦର୍ଶନ କରିଛନ୍ତି। ୟାମାଗୁଚୀ ଅନ୍ୟ ଏକ ସେମିଫାଇନାଲ୍‌ରେ ଶୀର୍ଷ କ୍ରମର ଖେଳାଳି ତାଇପେଇର ତାଇ ଜୁ ୟିଙ୍ଗଙ୍କୁ ୩୨ ମିନିଟରେ ୨୧-୯ ଓ ୨୧-୧୫ରେ ପରାଜିତ କରିଛନ୍ତି।

ଦୀର୍ଘ ୪୬ ମିନିଟ ଯାଏଁ ଚାଲିଥିବା ମୁକାବିଲାରେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କ ପାଇଁ ପ୍ରଥମ ଗେମ୍‌ ଅଡୁଆ ଥିଲା। ମାତ୍ର ସେ ପରେ ଭଲ ଫର୍ମକୁ ଫେରିିଥିଲେ। ସେ ୨୬ ମିନଟରେ ଖେଳକୁ ୨୧-୧୯ରେ ନିଜର ନାମ କରିଥିଲେ। ଦ୍ୱିତୀୟ ଗେମ୍‌ରେ ଭଲ ପ୍ରଦର୍ଶନ ଜାରି ରଖିଥିଲେ।

ସମ୍ବନ୍ଧିତ ଖବର