ଇନ୍ଦୋର ଟି-୨୦: ଭାରତର ବ୍ୟାଟିଂ ଜାରି, ସ୍କୋର ୫୯

ଇନ୍ଦୋର: ଶ୍ରୀଲଙ୍କା ବିପକ୍ଷରେ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଭାରତ ଶୁକ୍ରବାର ଆରମ୍ଭରୁ ଭଲ ପ୍ରଦର୍ଶନ କରିଛି। ୬ ଓଭର ଶେଷ ବେଳକୁ କୌଣସି ଓ୍ଵିକେଟ ନହରାଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଲେକେଶ ରାହୁଲ ୫୯ (୬ଟି ଚୌକା ଓ ୪ଟି ଛକା) ରନ୍‌ ସଂଗ୍ରହ କରିଛନ୍ତି।

୩ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚରେ ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା। କଟକର ବାରବାଟୀ ଷ୍ଟାଡିୟମରେ ପରାଜିତ ହୋଇଥିବା ଶ୍ରୀଲଙ୍କା ଏହି ମ୍ୟାଚରେ ବିଜୟୀ ହୋଇ ଶୃଙ୍ଖଳାକୁ ୧-୧ରେ ଆଣିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚକୁ ଜିଣି ଶୃଙ୍ଖଳାକୁ ନିଜର ନାମ କରିବା ସହିତ ରେକର୍ଡ କରିବାକୁ ପ୍ରବଳ ଉଦ୍ୟମ କରିବ।

ସୂଚନାଯୋଗ୍ୟ, ୨୭,୩୦୦ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ହୋଲକର ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଉଛି। ଏଥି ପାଇଁ ସ୍ଥାନୀୟ ଦର୍ଶକ ଅଧିକ ଉତ୍ସାହିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର