ଇନ୍ଦ୍ରାଣୀଙ୍କ ଅର୍ଧଶତକରେ ଓଡ଼ିଶା ବିଜୟୀ, ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ

କଟକ: ଇନ୍ଦ୍ରାଣୀ ଛତ୍ରିଆଙ୍କ ଅପରାଜିତ ଅର୍ଧଶତକ ସହ ବୋଲରଙ୍କ ଘାତକ ବୋଲି˚ ଯୋଗୁଁ ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶା ଚତୁର୍ଥ ମ୍ୟାଚ୍‌ରେ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ୧୯୮ ରନ୍‌ରେ ଜମ୍ମୁ କାଶ୍ମୀରକୁ ହରାଇଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଓଡ଼ିଶା ୬ ଵିକେଟ ବିନିମୟରେ ୨୮୯ ରନ୍‌ କରିଥିଲା। କାଜଲ ଜେନା (୧୪, ମାଙ୍କେଡିଂ ଆଉଟ୍‌) ଓ ଶୁଭ୍ର ନିର୍ଝରିଣୀ ସ୍ବାଇଁ (୧୬) ପ୍ରଥମରୁ ଧିମା ଖେଳିଥିଲେ। ମଧ୍ୟକ୍ରମରେ ପୁନମ ନାୟକ (୪୫) ଓ ରଶ୍ମିତା ଚିହ୍ନାରା (୨୦) ତୃତୀୟ ଵିକେଟ୍‌ରେ ୪୯ ରନ୍‌ ଯୋଡ଼ିଥିଲେ। ୧୨୫ ରନ୍‌ରେ ଓଡ଼ିଶାର ୫ ଵିକେଟ୍‌ ଚାଲିଯିବା ପରେ ଇନ୍ଦ୍ରାଣୀ ଛତ୍ରିଆ ଓ ସ୍ବିଟ୍‌ ବେଉରା ଷଷ୍ଠ ଵିକେଟ୍‌ ପାଇଁ ୧୩୮ ରନ୍‌ ଭାଗୀଦାରି କରିଥିଲେ। ସ୍ବିଟ୍‌ ୪୪ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଇନ୍ଦ୍ରାଣୀ ଅପରାଜିତ ରହି ୫୧ ରନ୍‌ କରିଥିଲେ। ଜମ୍ମୁର ରୋନକ ଜାହାନ୍‌ ଓ ରୁଦ୍ରାକ୍ଷୀ ଚିବ୍‌ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ତେବେ ୨୯୦ ରନ୍‌ର ବୃହତ୍‌ ଲକ୍ଷ୍ୟକୁ ପିଛା କରି ଜମ୍ମୁ ମାତ୍ର ୯୧ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ରାଣୀ କୁମାରୀ ପ୍ରସାଦ ୩, ତରନ୍ନା ପ୍ରଧାନ, ଇନ୍ଦ୍ରାଣୀ ଛତ୍ରିଆ, କଳ୍ପନା ନାୟକ, ତନ୍ମୟୀ ବେହେରା, ପୁନମ ନାୟକ ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର