ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ୍‌ ସେମିରେ ବାଙ୍କୀ

କଟକ: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଚାଲିଥିବା ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାରେ ବାଙ୍କୀ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସୋମବାର ମ୍ୟାଚରେ ବାଙ୍କୀ ମହାବିଦ୍ୟାଳୟ ୪ ଓ୍ଵିକେଟରେ ଜଗତସିଂହପୁର ଏସ୍‌ଭିଏମ୍‌ ମହାବିଦ୍ୟାଳୟକୁ ପରାସ୍ତ କରିଛି। ଟସ୍‌ ଜିତି ବାଙ୍କୀ ବୋଲିଂ କରିଥିଲା। ଏସ୍‌ଭିଏମ୍‌ ନିର୍ଧାରିତ ୩୫ ଓଭରରେ ୮ ଓ୍ଵିକେଟ ହରାଇ ୨୦୦ ରନ୍‌ ସଂଗ୍ରହ କରିଥିଲା। ସେକ୍‌ ସକିଲ୍‌ ୭୦*, ସୌମ୍ୟ ସାହୁ ୨୭, ମହିମାନନ୍ଦ ନାୟକ ୨୬ ରନ୍‌ କରିଥିଲାବେଳେ ବାଙ୍କୀର ଅବିନାଶ ମହାରଣା ୩ ଓ ଅସୀମାନନ୍ଦ ଦଳବେହେରା ୨ ଓ୍ଵିକେଟ ନେଇଥିଲେ। ୨୦୧ ରନ୍‌ର ବିଜୟ ଲକ୍ଷ୍ୟକୁ ବାଙ୍କୀ ୩୨.୪ ଓଭରରେ ହାସଲ କରିଥିଲା।

ଅସୀମାନନ୍ଦ ୫୦, ଅବିନାଶ ମହାରଣା ୫୭* ଓ ଅମିତ ବଳିଆରସିଂହ ୪୨* ରନ୍‌ କରି ଦଳକୁ ଜିତାଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଅବିନାଶଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ଦିଆଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କବିର ମୋହନ ସେଠୀ, କ୍ରୀଡ଼ା ଅଧିକାରୀ ଅମ୍ବିକା ପ୍ରସାଦ ରାୟ ଏହି ପୁରସ୍କାର ପ୍ରଦାନ କରିଥିଲେ। ମଙ୍ଗଳବାର କଟକର ଏନ୍‌ଏସ୍‌ଏମ୍‌ ସିଟି ମହାବିଦ୍ୟାଳୟ ଓ ଭୁବନେଶ୍ୱରର ଜୟଦେବ ମହାବିଦ୍ୟାଳୟ ମଧ୍ୟରେ ପରବର୍ତ୍ତୀ ମ୍ୟାଚ ଖେଳାଯିବ।

ସମ୍ବନ୍ଧିତ ଖବର