ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌: ସେମିରେ ଏକାମ୍ର

ଭୁବନେଶ୍ୱର: ନହରକଣ୍ଟାସ୍ଥିତ ଜୟଦେବ ମହାବିଦ୍ୟାଳୟ ଆନୁକୁଲ୍ୟରେ ଚାଲିଥିବା ଜୋନ୍‌-୫ ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଭୁବନେଶ୍ୱରର ଏକାମ୍ର ମହାବିଦ୍ୟାଳୟ ସେମିଫାଇନାଲ୍‌ ପ୍ରବେଶ କରିଛି। ସୋମବାର ନିଜର ପ୍ରଥମ ମ୍ୟାଚ୍‌ରେ ଜଗତପୁରର ଏଲ୍‌ଏନ୍‌ଏସ୍‌ ମହାବିଦ୍ୟାଳୟକୁ ୧୩୦ ରନ୍‌ରେ ପରାସ୍ତ କରିଥିବା ଏକାମ୍ର ଦଳ ବୁଧବାର ଆର୍‌ଡିଏସ୍‌ ମହାବିଦ୍ୟାଳୟ, ଓଡ଼ଗାଁକୁ ୧୦୮ ରନ୍‌ରେ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି।

ବୁଧବାର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଏକାମ୍ର ଦଳ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୭୪ ରନ୍‌ କରିଥିଲା। ରାକେଶ କୁମାର ବାରିକ ୨୯, ରାକେଶ କୁମାର ବେହେରା ୨୫ ଓ ଅଭିମନ୍ୟୁ ବେହେରା ୨୩ ରନ୍‌ କରିଥିଲେ। ପ୍ରତିପକ୍ଷ ଦଳର ସଫଳ ବୋଲର ଭାବେ ଗୌରାଙ୍ଗ ରାଉତ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଆର୍‌ଏସ୍‌ଡି ଦଳ ୧୬.୨ ଓଭରରେ ମାତ୍ର ୬୬ ରନ୍‌ କରି ସବୁ ଓ୍ଵିକେଟ୍‌ ହରାଇଥିଲା। ମନୋଜ ନାୟକ ୨୩ ରନ୍‌ କରିଥିଲା ବେଳେ ବିଜୟୀ ଦଳ ପକ୍ଷରୁ ଶଶିକାନ୍ତ ବେହେରା ୩, ଭବାନୀ ପ୍ରସାଦ ଦାଶ ୨, ରାକେଶ କୁମାର ବାରିକ, ରାକେଶ ବେହେରା ଓ ସୌରଭ ପାଣିଗ୍ରାହୀ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର