ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌ ସେମିରେ ରାଜଧାନୀ

କଟକ: ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଚାଲିଥିବା ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ଭୁବନେଶ୍ବରର ରାଜଧାନୀ କଲେଜ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଶନିବାର ମ୍ୟାଚ୍‌ରେ ରାଜଧାନୀ ୩ ଵିକେଟରେ ଏସ୍‌ସିବି ମେଡିକାଲ୍‌ କଲେଜକୁ ହରାଇଛି। ରାଜଧାନୀ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ଏସ୍‌ସିବିକୁ ୧୯୪ ରନ୍‌ରେ ସୀମିତ ରଖିଥିଲା। ଆଶିଷ ସାହୁ ୨୮, ଅରୁ ସି˚ହ ୩୪, ଦେବାଶିଷ ସ୍ବାଇଁ ୨୨, ଅମିତ ବେହେରା ୨୨ ରନ୍‌ କରିଥିଲେ। ବିଜୟୀ ଦଳର ସୌମ୍ୟ ମହାପାତ୍ର, ବିକାଶ ମହାପାତ୍ର ଓ ଏନ୍‌.ଜନ୍ମେଜୟ ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ। ୧୯୫ ରନ୍‌ର ବିଜୟ ଲକ୍ଷ୍ୟକୁ ରାଜଧାନୀ କଲେଜ ଗୋଟିଏ ଓଭର ପୂର୍ବରୁ ୭ ଵିକେଟ୍‌ ବିନିମୟରେ ହାସଲ କରିନେଇଥିଲା। ଏନ୍‌ ଜନ୍ମେଜୟ ଅପରାଜିତ ୧୧୩ ରନ୍‌ କରି ଦଳକୁ ଜିତାଇଥିଲେ। ଏହି ମ୍ୟାଚ୍‌କୁ ସତ୍ୟଜିତ ଦାସ, ରିୟାଜତ ଅଲ୍ଲୀ, ଅମୀୟ ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର