ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌ ସେମିରେ ୟୁଏନ୍‌, ଆର୍ଯ୍ୟଙ୍କ ଅଲରାଉଣ୍ତ ପ୍ରଦର୍ଶନ

0 11

କଟକ: ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଚାଲିଥିବା ଅନ୍ତଃ ମହାବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାରେ ଆର୍ଯ୍ୟ ଦେବାଶିଷ ଭଟ୍ଟଙ୍କ ଅଲରାଉଣ୍ତ ପ୍ରଦର୍ଶନ ବଳରେ ୟୁଏନ୍‌ କଲେଜ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର କ୍ବାର୍ଟର ଫାଇନାଲ୍‌ରେ ୟୁଏନ୍‌ କଲେଜ ୨୯୮ ରନ୍‌ରେ ଷ୍ଟିଵାର୍ଟ ବିଜ୍ଞାନ ମହାବିଦ୍ୟାଳୟକୁ ହରାଇଛି। ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ପାଳି ଆରମ୍ଭ କରିଥିବା ୟୁଏନ୍‌ କଲେଜ ୪୦ ଓଭରରେ ୬ ଵିକେଟ୍‌ ବିନିମୟରେ ୩୫୨ ରନ୍‌ କରିଥିଲେ। ଆର୍ଯ୍ୟ ଦେବାଶିଷ ଭଟ୍ଟ (୧୦୫) ଶତକ ଅର୍ଜନ କରିଥିଲା ବେଳେ ଆଶିଷ ସାହୁ ୭୮, ଲୋକେଶ ମହାନ୍ତି ୫୪, ମହମ୍ମଦ ରୋଶନ୍‌ ୪୦*, ସୌରଭ ଦାସ ୩୭ ରନ୍‌ କରିଥିଲେ। ଷ୍ଟିଵାର୍ଟର ସାଇଶ୍ୟାମ ମହାନ୍ତି ଓ ସିଦ୍ଧେଶ୍ବର ସାହୁ ୨ ଲେଖାଏଁ ଵିକେଟ୍‌ ପାଇଥିଲେ। ଜବାବରେ ଷ୍ଟିଵାର୍ଟ ମାତ୍ର ୫୪ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଆର୍ଯ୍ୟ ଦେବାଶିଷ ୪ ଓ ଶୁଭମ୍‌ ନାୟକ ୪ ଲେଖାଏଁ ଵିକେଟ ପାଇଥିଲେ। ଏହି ମ୍ୟାଚ୍‌କୁ ସତ୍ୟଜିତ ଦାସ, ରିୟାଜତ ଅଲ୍ଲୀ, ଅମୀୟ ଦାସ ପରିଚାଳନା କରିଥିଲେ। ସୋମବାର ଦ୍ବିତୀୟ ସେମି ଫାଇନାଲ୍‌ରେ ୟୁଏନ୍‌ କଲେଜର ମୁକାବିଲା ଭୁବନେଶ୍ବରର ରାଜଧାନୀ ମହାବିଦ୍ୟାଳୟ ସହିତ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.