ୟୁନିଲାଇଟ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌: ଅରବିନ୍ଦ ୧-କେନ୍ଦ୍ରୀୟ ୧

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ୟୁନିଲାଇଟ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ରବିବାର ଦ୍ୱିତୀୟ ଦିବସରେ ଅରବିନ୍ଦ ସ୍କୁଲ୍‌ (ଗଣ୍ଡରପୁର) ଓ କେନ୍ଦ୍ରୀୟ ବିଦ୍ୟାଳୟ-୨ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ହିଁ ଦୁଇଟିଯାକ ଗୋଲ୍‌ ହୋଇଥିଲା। ଅରବିନ୍ଦ ସ୍କୁଲ୍‌ ପକ୍ଷରୁ ଦେବେନ୍ଦ୍ର ସାମଲ ଏବଂ କେନ୍ଦ୍ରୀୟ ସ୍କୁଲ୍‌ ପକ୍ଷରୁ ଓମ୍‌ ଆଶୀର୍ବାଦ ଖୁଣ୍ଟିଆ ଗୋଲ୍‌ ସ୍କୋରର୍‌ ରହିଥିଲେ। ଅମିତ କୁମାର ନାୟକ, ସରୋଜ ମହାରଣା, ରାଜକିଶୋର ବାରିକ, ସୌକତ୍‌ ଖାନ୍‌ ଏବଂ ମହେଶ୍ୱର ସିଂହ (କମିଶନର) ମ୍ୟାଚ୍‌ ପରିଚାଳନା କରିଥିଲେ। ଓଡ଼ିଶାର ପୂରାତନ ଆଥ୍‌ଲେଟ୍‌ ତଥା ଆୟକର ଉପ କମିଶନର ପ୍ରଣତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅରବିନ୍ଦ ସ୍କୁଲ୍‌ର ବିକାଶ ପଢିଆରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ଦାସ, ନରେନ୍ଦ୍ର ସେଠୀ, ଜୋସେଫ୍‌ କେର୍‌କେଟା, ପ୍ରଫୁଲ୍ଲ ମିଶ୍ର, ଅମୀୟକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଦୁଇଟି ମ୍ୟାଚ୍‌ ଷ୍ଟିଓ୍ଵାର୍ଟ ସ୍କୁଲ୍‌-କ୍ୟାପିଟାଲ ହାଇସ୍କୁଲ୍‌ ଏବଂ ମଦର ପବ୍ଲିକ୍‌ ସ୍କୁଲ୍‌-ଜାଭିୟର ସ୍କୁଲ୍‌ (ଖଣ୍ଡଗିରି) ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର