ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌: ଫାଇନାଲ୍‌ରେ କିସ୍‌-ସୈନିକ ମୁହାଁମୁହିଁ

ଭୁବନେଶ୍ୱର: କିସ୍‌ ଦ୍ୱିତୀୟ ଦଳ ଭାବେ ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ୍‌୍‌ରେ କିସ୍‌୍‌ ୪-୦ ଗୋଲ୍‌ରେ ୟୁନିଟ୍‌-୧ ଉଚ୍ଚ ବିଦ୍ୟାଳୟକୁ ପରାସ୍ତ କରିଥିଲା। କିସ୍‌ ପକ୍ଷରୁ ଯଦୁନାଥ ହାଂସଦା (୧୫, ୩୨, ୫୭ ମିନିଟ୍‌) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ଭଗରାଇ ମୁର୍ମୁ (୧୯ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ଯଦୁନାଥଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର କ୍ଲବ୍‌ର ସଭାପତି ତପନ କୁମାର ମହାନ୍ତି ପ୍ରଦାନ କରିଥିଲେ। ଉତ୍ସବରେ ପ୍ରିୟନାଥ ମିଶ୍ର, ନରେନ୍ଦ୍ର ସେଠୀ, ଅମିୟକାନ୍ତ ମିଶ୍ର, ପ୍ରଫୁଲ୍ଲ ମିଶ୍ର ଏବଂ ଦିଲିପ ଦାସ ଅତିଥି ଭାବେ ଉପସ୍ଥିତ ଥିଲେ। ସରୋଜ ମହାରଣା, କୀର୍ତ୍ତି ସ୍ୱାଇଁ, ରାଜେନ୍ଦ୍ର ବାରିକ, ଶ୍ରୀକାନ୍ତ ପଣ୍ଡା, ପାକା ପଣ୍ଡା, ମହେଶ୍ୱର ସିଂହ (କମିସନର) ମ୍ୟାଚ୍‌ ପରିଚାଳନା କରିଥିଲେ। ରବିବାର କିସ୍‌ ଏବଂ ସୈନିକ ସ୍କୁଲ୍‌ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର