ଅନ୍ତଃଜିଲ୍ଲା କନିଷ୍ଠ ଥ୍ରୋ ବଲ୍‌: ପୁରୀକୁ ଦ୍ୱିମୁକୁଟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକାଦଶ ଅନ୍ତଃଜିଲ୍ଲା କନିଷ୍ଠ ଥ୍ରୋ ବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜେତା ହୋଇ ପୁରୀ ଦ୍ୱିମୁକୁଟ ହାସଲ କରିଛି। ବାଳକ ଫାଇନାଲରେ ପୁରୀ ୨-୧ରେ ରାଉରକେଲାକୁ ଏବଂ ବାଳିକାରେ ମଧ୍ୟ ପୁରୀ ସମାନ ପ୍ରତିଦ୍ୱନ୍ଦ୍ୱୀ ରାଉରକେଲାକୁ ୨-୦ରେ ହରାଇ ବିଜୟ ମୁକୁଟ ପିନ୍ଧିଥିଲା। ଝାରସୁଗୁଡ଼ାକୁ ପରାସ୍ତ କରି ଭୁବନେଶ୍ୱର ବାଳକ ତୃତୀୟ ସ୍ଥାନରେ ରହିଥିଲା ବେଳେ ଭୁବନେଶ୍ୱରକୁ ହରାଇ କଟକ ବାଳିକା ଦଳ ତୃତୀୟ ସ୍ଥାନ ଅଧିକାର କରି ନେଇଥିଲା। ପୂର୍ବତନ ସାଂସଦ ଭୂପିନ୍ଦର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଚନ୍ଦ୍ର ପାତ୍ର, ପ୍ରମୋଦ କୁମାର ରାଉତ, ମନୋଜ କୁମାର ନିସଙ୍କ, କୃଷ୍ଣ ଚନ୍ଦ୍ର ଦାସ, କୃଷ୍ଣ ଚନ୍ଦ୍ର ପଣ୍ଡା, ଅମୀୟ କୁମାର ଚାନ୍ଦ, ଯଶୋବନ୍ତ ପରମଗୁରୁ, ଶକ୍ତିକାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଓଡ଼ିଶା ଥ୍ରୋ ବଲ୍‌ ସଂଘର ସଂପାଦକ ଜିତେନ୍ଦ୍ର ନାଥ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରାମକୃଷ୍ଣ ବେହେରା, କୈଳାଶ ବାରିକ, ଯଶୋବନ୍ତ ପରମଗୁରୁ, ସତ୍ୟକାନ୍ତ ପଟ୍ଟନାୟକ, ଦେବଦତ୍ତ ମିଶ୍ର, ପାର୍ଥ ଦାସ, ବିନୋଦ ବେହେରା ପ୍ରମୁଖ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର