ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କବାଡ଼ି: ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ବର: ଛତିଶଗଡ଼ର ସିଭି ରମଣ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତାରେ ଗତବର୍ଷର ଉପବିଜେତା ପଶ୍ଚିମବଙ୍ଗର ବର୍ଧମାନ ବିଶ୍ବବିଦ୍ୟାଳୟକୁ ୩୧-୨୪ ପଏଣ୍ଟ୍‌ରେ ପରାସ୍ତ କରି ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିନେଇଛି। ନକ୍‌ଆଉଟ୍‌ ପର୍ଯ୍ୟାୟରେ ଉତ୍କଳ ଦଳ ମଣିପୁରକୁ ୩୪-୧୦, ଏପିଏସ୍‌ ରେୱା ବିଶ୍ବବିଦ୍ୟାଳୟକୁ ୩୧-୨୦ ଏବଂ ଏମ୍‌ଜି କାଶୀ ବିଶ୍ବବିଦ୍ୟାଳୟକୁ ୩୬-୧୯ ପଏଣ୍ଟ୍‌ରେ ପରାସ୍ତ କରିଥିଲା। ପରେ ଲିଗ୍‌ ପର୍ଯ୍ୟାୟରେ ବିଳାଶପୁର ବିଶ୍ବବିଦ୍ୟାଳୟକୁ ୩୫-୨୭ରେ ପରାସ୍ତ କରିଥିଲା ବେଳେ ଭିବିଏସ୍‌ ବିଶ୍ବବିଦ୍ୟାଳୟ ଏବଂ ଆୟୋଜକ ସିଭି ରମଣ ବିଶ୍ବବିଦ୍ୟାଳୟ ନିକଟରୁ ହାରି ତୃତୀୟ ସ୍ଥାନ ପାଇଥିଲା। ସର୍ବାଭରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଆସନ୍ତା ଡିସେମ୍ବରରେ ଭୁବନେଶ୍ବରର କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ କହିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଦଳ: ରାଜେଶ କୁମାର ଭୋଳ, ଅଭୟ ରଞ୍ଜନ ମାଝୀ, ‌ଛୋତୁରାମ ସିଂହ, ସରୋଜ କୁମାର ସେଠୀ, ରାଜେଶ ଦେହୁରୀ, ପ୍ରିୟବ୍ରତ ସାମଲ, ଚିତ୍ତରଞ୍ଜନ ବେହେରା, ଦସ୍ୟୁ ଦଳେଇ, ସନ୍ତୋଷ ସେଠୀ, ବିଶ୍ବନାଥ ସ୍ବା‌ଇଁ, ଜିତ୍ତରଞ୍ଜନ ପରିଡ଼ା, କିଶାନ ଦାସ। ପ୍ରବନ୍ଧକ-ରବୀନ୍ଦ୍ର କୁମାର ସେଠୀ ଓ ପ୍ରଶିକ୍ଷକ-କୃଷ୍ଣକାନ୍ତ ପଣ୍ଡା।

ସମ୍ବନ୍ଧିତ ଖବର