ଅନ୍ତଃବିଦ୍ୟାଳୟ ଟେବୁଲ ଟେନିସ୍‌ ଉଦ୍‌ଯାପିତ: ସିଡିଏ ଡିଏଭି, ଷ୍ଟିଓ୍ଵାର୍ଟ ସ୍କୁଲ୍‌ ବିଜେତା

କଟକ: ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଚାଲିଥିବା ରାଜ୍ୟ ଅନ୍ତଃବିଦ୍ୟାଳୟ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଦଳଗତ ବିଭାଗରେ ଉପ କନିଷ୍ଠ ବାଳକରେ ସିଡିଏ ଡିଏଭି ୩-୨ରେ ନିଉ ଷ୍ଟିଓ୍ଵାର୍ଟ ସ୍କୁଲ୍‌କୁ, ବାଳିକାରେ ଷ୍ଟିଓ୍ଵାର୍ଟ ସ୍କୁଲ୍‌ ୩-୦ରେ ସେଣ୍ଟ ଜୋସେଫ ହାଇସ୍କୁଲ୍‌କୁ, କନିଷ୍ଠ ବାଳକରେ ସିଡିଏ ଡିଏଭି ୩-୦ରେ ଭୁବନେଶ୍ୱର ଡିଏମ୍‌ ସ୍କୁଲ୍‌କୁ ଏବଂ ବାଳିକାରେ କେନ୍ଦ୍ରୀୟ ବିଦ୍ୟାଳୟ (୧) ୩-୧ରେ ଚନ୍ଦ୍ରଶେଖରପୁର ଡିଏଭିକୁ ହରାଇ ବିଜେତା ହୋଇଛନ୍ତି। ବ୍ୟକ୍ତିଗତ ବିଭାଗର ବରିଷ୍ଠ ବାଳକରେ ସିଡିଏ ଡିଏଭିର ଆର୍ଯ୍ୟ ମହାପ୍ରସସ୍ଥ ୩-୦ରେ ନିଜ ସ୍କୁଲ୍‌ର ମହମ୍ମଦ ଇଝହାରଙ୍କୁ ଏବଂ ବରିଷ୍ଠ ବାଳିକା ଫାଇନାଲରେ ଲୋୟଲା ସ୍କୁଲ୍‌ର ୟୋସିତା ଜାମୁଲା ୩-୦ରେ ଡିପିଏସ୍‌ର ପ୍ରସିଦ୍ଧି ପୋଦ୍ଦାରଙ୍କୁ ପରାସ୍ତ କରିଥିଲେ। କନିଷ୍ଠ ବାଳକରେ ସାହିଲ ଭୂୟାଁ ୩-୦ରେ ମୋହିତ ବେହୁରାଏଙ୍କୁ, ବାଳିକାରେ ସୁଶ୍ରୀ ପଟ୍ଟନାୟକ ୩-୦ରେ ନନ୍ଦିନୀ ବିଶ୍ୱାଳଙ୍କୁ, ଉପକନିଷ୍ଠ ବାଳକରେ ଆନିନ୍ଦ୍ୟ ଅନୁପମ ଦାସ ୩-୦ରେ ଆରୁଷ ତ୍ୟାଗୀଙ୍କୁ, ଉପକନିଷ୍ଠ ବାଳିକାରେ ଶ୍ୱେତପଦ୍ମା ଦଳାଇ ୩-୦ରେ ସୋହାଲିକା ସୋଦାଭରମଙ୍କୁ ହରାଇ ବିଜେତା ହୋଇଛନ୍ତି। ଉଦ୍‌ଯାପନୀ ସମାରୋହରେ ଶିଳ୍ପପତି ଅଂଶୁମାନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରୀତିପଲ୍ଲଭି ପଟ୍ଟନାୟକ, ରାଜ୍ୟ ଟେବୁଲ ଟେନିସ ସଂଘ ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, କୋଷାଧ୍ୟକ୍ଷ ନିହାର ରଂଜନ ମିଶ୍ର, ଉପସଭାପତି ଚିତ୍ତରଂଜନ ମହାନ୍ତି ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଜୀବନ ବଲ୍ଲଭ ସାମଲ, ବିଜନ ଦାସ ମହାପାତ୍ର, ସୁଜିତ ରାଏ, କେଏସ୍‌ଏନ୍‌ ମୂର୍ତ୍ତି, ତପନ ଖା, ଏମ୍‌ ଚିନ୍ନା ରାଓ, କେଭିପି ରାମା ରାଓ, କୃଷ୍ଣପ୍ରିୟା, ସୟଦ ହୁସେନ୍‌ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର