ଅନ୍ତଃବିଦ୍ୟାଳୟ ଭଲି: କେଭି-୪ ବିଜେତା

ଭୁବନେଶ୍ବର: ଓଡ଼ିଶା ମହା‌ଲେଖାକାର କାର୍ଯ୍ୟାଳୟର ଭଲିବଲ ଖେଳାଳିଙ୍କ ସୌଜନ୍ୟରୁ ଆୟୋ‌ଜିତ ପ୍ରଥମ ଅନ୍ତଃବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ‌ହୋଇଯାଇଛି। ନୂଆ ଏଜି କଲୋନି ଭଲିବଲ୍‌ ପଡ଼ିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ଖଣ୍ଡଗିରି ସେଣ୍ଟ ଜାଭିୟର୍ସ ହାଇସ୍କୁଲକୁ ୨-୦ (୨୫-୯, ୨୫-୨୦) ସେଟ୍‌ରେ ହରାଇ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର-୪ ବିଜେତା ହୋଇଛି। ସେହିଭଳି ଓଡିଏମ୍ ପବ୍ଲିକ ସ୍କୁଲକୁ ୨-୦ (୨୫-୧୯, ୨୫-୨୧)ରେ ହରାଇ ବିକାଶ ରେସିଡେନସିଆଲ ସ୍କୁଲ ତୃତୀୟ ସ୍ଥାନ ଦଖଲ କରିନେଇଛି। ପୂର୍ବରୁ ସେମିଫାଇନାଲ୍‌ରେ କେଭି-୪ ଦୁଇ ସେଟରେ ବିକାଶକୁ ଏବଂ ଜାଭିୟର୍ସ ସମାନ ବ୍ୟବଧାନରେ ଓଡିଏମକୁ ପରାସ୍ତ କରି ଫାଇନାଲ୍ ଆସିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଭୁବନେଶ୍ବର ରୋଟାରି ଗଭର୍ନର ଭବାନୀ ପ୍ରସାଦ ଚୌଧୁରୀ, ଭେଟେରାନ ଫୁଟ୍‌ବଲ୍‌ ଖେଳାଳି ପ୍ରଫୁଲ୍ଲ କୁମାର ମିଶ୍ର ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶାର ବରିଷ୍ଠ ଜାତୀୟ ଖେଳାଳି ରାଜେନ୍ଦ୍ର କୁମାର ତ୍ରିପାଠୀ, ସୁଦର୍ଶନ ପଟ୍ଟନାୟକ, ରମାକାନ୍ତ ମିଶ୍ର, ଏସ୍‌ ଏସ୍‌ ମହାନ୍ତି, ଚନ୍ଦ୍ରଶେଖର ପାତ୍ର, ଆଶୁତୋଷ ବର୍ମା, ଅନୀଲ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅବନୀକାନ୍ତ ଗିରି, ରାଜେଶ ସାହୁ, ବୈଦ୍ୟନାଥ ଦାସ, ବିଶ୍ବନାଥ ଦାସ, ମାନଭଞ୍ଜନ ସାହୁ, ବିରଞ୍ଚି ବିଶ୍ବାଳ, ରମାକାନ୍ତ ପଟ୍ଟନାୟକ ପ୍ରମୁଖ ମ୍ୟାଚ୍‌ ଓ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର