ବାରିପଦା, ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ବିଜୟୀ

ଅନ୍ତଃକ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଅନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌ ପ୍ରତିଯୋଗିତାର ତୃତୀୟ ଦିନରେ ବାରିପଦା, ସୁନ୍ଦରଗଡ଼, ବାଲେଶ୍ୱରଏବଂ ନୟାଗଡ଼ ବିଜୟୀ ହୋଇଛନ୍ତି। ବାରିପଦା ୨-୧ ଗୋଲ୍‌ରେ ସମ୍ବଲପୁରକୁ, ସୁନ୍ଦରଗଡ଼ ୨-୦ରେ ଫୁଲବାଣୀକୁ, ବାଲେଶ୍ୱର ୨-୦ରେ କମ୍ବାଇନ୍‌ଡ ‘ବି’କୁ ଏବଂ ନୟାଗଡ଼ ୫-୦ରେ କମ୍ବାଇନ୍‌ଡ ‘ଏ’ ଦଳକୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ମହିଳା ବିଭାଗର ଅନ୍ତଃଛାତ୍ରାବାସ ମଧ୍ୟ ଆରମ୍ଭ ହୋଇଛି। ମହିଳାଙ୍କ ପାଇଁ ମାତ୍ର ଦୁଇଟି ଛାତ୍ରାବାସ ଥିବାରୁ ଦୁଇ ଚରଣ ବିଶିଷ୍ଟ ଏହି ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ସୁନ୍ଦରଗଡ଼ ୧-୦ ଗୋଲ୍‌ରେ ଭୁବନେଶ୍ୱରକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର