ଆନ୍ତଃରାଜ୍ୟ ଭଲିବଲ୍‌: ଉତ୍ତରାଖଣ୍ଡ ରେଳବାଇ ଚାମ୍ପିଅନ

ଜଳେଶ୍ୱର: ଜଳେଶ୍ୱର ବ୍ଲକ କୁଅଁରପୁର ରାଧାଗୋବିନ୍ଦଜିଉ କ୍ଲବ ଆନୁକୂଲ୍ୟରେ ଆନ୍ତଃରାଜ୍ୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅମର୍ଦ୍ଦା, ଭୁବନେଶ୍ୱର ଲିିଙ୍ଗରାଜ, କୁଅଁରପୁର ଗୋବିନ୍ଦଜିଉର ପୋଷ୍ୟଦଳ ଉତ୍ତରାଖଣ୍ଡ ରେଳବାଇ, ପଶ୍ଚିମବଙ୍ଗର ଉତ୍ତର ରାଇବାର୍ଡ ସ୍ପୋର୍ଟସ୍‌ ଆସୋସିଏସିନର ପୋଷ୍ୟ ଟିମ୍‌ ରାଞ୍ଚି ରେଳବାଇ, କୁଅଁରପୁର ଟିମ୍‌ ଏ, ଚୌହାନ ଟିମ୍‌ ଦିଲ୍ଲୀ ରେଳବାଇ ଓ ବାଲେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ ଟିମ୍‌ ଭାଗ ନେଇଥିଲେ। ଫାଇନାଲରେ ଉତ୍ତରାଖଣ୍ଡ ରେଳବାଇ ବାଲେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲକୁ ହରାଇ ଚାମ୍ପିଅନ ହୋଇଥିଲା। ରେଫରୀ ଭାବେ ଦିନେଶ ଦାସ ଓ ସଂଜୀବ ସାହୁ ଖେଳ ପରିଚାଳନା କରିଥିଲେ। ଉଦ୍‌ଯାପନ ଉତ୍ସବରେ ଅରୁଣ ସରକାର, ପ୍ରାକ୍ତନ ଖେଳାଳି ଗିରିଜା ଶଙ୍କର ପୋଇ, ଆଲୋକ ଘଡ଼େଇ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ରାଜପୁର ସମିତିସଭ୍ୟ ମଧୁସୂଦନ ଦାସ ଉଦ୍‌ଘାଟନ କରିଥିଲେ। ଏଥିରେ ଦିଲ୍ଲୀପ ପରିଡ଼ା, ରାଧାକାନ୍ତ ଘୋଷ, ପଦ୍ମଲୋଚନ ବେହେରା, ରାଇବଣିଆ ଥାନାଧିକାରୀ ଲକ୍ଷ୍ମଣ ବେହେରା, ମୃତ୍ୟୁଞ୍ଜୟ ଦାସ, ସମୀର ଘଡ଼େଇ, ଅତୁଲ ସାମଲ, ଦାରା ସିଂ ଚୌହାନ, ବଳରାମ ପାଳ, ଶ୍ରୀମନ୍ତ ପାଳ, ସୁଧୀର ଘଡ଼େଇ ଓ ଆଲୋକ ଘଡ଼େଇ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ତପନ ପାତ୍ର ସମାରୋହରେ ସଭାପତିତ୍ୱ କରିଥିଲେ।

ସମ୍ବନ୍ଧିତ ଖବର