ଅନ୍ତଃବିଭାଗୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌:ଯୋଜନା ଓ ସମନ୍ଵୟ, ସମବାୟ, ଆଇଟି ବିଜୟୀ

ଭୁବନେଶ୍ୱର: ସଚିବାଳୟ ପରିସରରେ ଚାଲିଥିବା ଓଏମ୍‌ସି କପ୍‌ ଅନ୍ତଃବିଭାଗୀୟ ୮-ଏ ସାଇଡ୍‌ ଦିବାରାତ୍ର ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଶୁକ୍ରବାର ଯୋଜନା ଓ ସମନ୍ଵୟ, ସମବାୟ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ବିଜୟୀ ହୋଇଛନ୍ତି। ଯୋଜନା ଓ ସମନ୍ଵୟ ବିଭାଗ ଦେବ ପ୍ରସାଦ ପତିଙ୍କ ୬୧ ଏବଂ ରଂଜିତ୍‌ ଓ୍ଵାତକାଙ୍କ ୪୬ ରନ୍‌ ବଳରେ ୧୧୦/୧ କରିଥିଲା। ଜବାବରେ ଶକ୍ତି ବିଭାଗ ୨ ଓ୍ଵିକେଟ୍‌ ହରାଇ ୬୮ ରନ୍‌ କରି ୪୨ ରନ୍‌ରେ ପରାଜୟ ବରଣ କରିଥିଲା। ସମବାୟ ବିଭାଗ ୧୩ ରନ୍‌ରେ କୃଷି ବିଭାଗକୁ ପରାସ୍ତ କରିଥିଲା। ସମବାୟ ବିଭାଗ ୭୫/୪ କରିଥିଲା ବେଳେ କୃଷି ବିଭାଗ ୪ ଓ୍ଵିକେଟ୍‌ ବିନିମୟରେ ୬୨ ରନ୍‌ କରିପାରିଥିଲା। ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୨ ଓ୍ଵିକେଟ୍‌ରେ ଆଇଟି ବିଭାଗ ହରାଇଥିଲା। ମହିଳା ବିଭାଗ ୫.୪ ଓଭର୍‌ରେ ୫୪ ରନ୍‌ କରିଥିଲା ବେଳେ ଆଇଟି ବିଭାଗ ୭.୫ ଓଭରେ ୫ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ମାରୁତି ଆଚାର୍ଯ୍ୟ, ରତନ କୁମାର ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ। ମକର କେତନ ସ୍ୱାଇଁ ଏବଂ ରାଧାଶ୍ୟାମ ମିଶ୍ର ସ୍କୋରର୍‌ ଥିଲେ। ଅର୍ଥ ବିଭାଗ ସାସ୍କୃତିକ ସଂଘର ସଭାପତି ନିର୍ମଳ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର