ସର୍ବାଧିକ ଅନ୍ତର୍ଜାତୀୟ ଶତକରେ କୋହଲି ତୃତୀୟ

ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ୩୯ତମ ଦିନିକିଆ ଶତକ ହାସଲ କରିଥିଲେ। ଏହାକରି ସେ ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ଆଉ ଏକ କୀର୍ତ୍ତିମାନ ଫର୍ଦ ଯୋଡ଼ିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଶତକ କରିଥିବା ଖେଳାଳି ତାଲିକାରେ ଶ୍ରୀଲଙ୍କାର ପୂବର୍ତନ ଅଧିନାୟକ ତଥା ୱିକେଟ୍ ରକ୍ଷକ କୁମାର ସାଙ୍ଗାକାରାଙ୍କୁ ହଟାଇ ସେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ସଚିନ ତେନ୍ଦୁଲକର ମୋଟ ୧୦୦ ଶତକ ସହ ଏହି ତାଲିକାର ପ୍ରଥମ ସ୍ଥାନରେ ଥିଲା ବେଳେ ରିକି ପଣ୍ଟିଂ (୭୧) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ କିମ୍ବଦନ୍ତୀଙ୍କ ପଛକୁ କୋହଲି (୬୪) ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ଯାହା ସାଙ୍ଗାକାରା (୬୩)ଙ୍କଠାରୁ ଗୋଟିଏ ଅଧିକ। ସଚିନଙ୍କଠାରୁ କୋହଲି ସଂପ୍ରତି ୩୬ ଶତକ ପଛରେ ରହିଛନ୍ତି। ପଣ୍ଟିଂ ଓ ତାଙ୍କ ମଧ୍ୟରେ ଏ କ୍ଷେତ୍ରରେ ବ୍ୟବଧାନ ମାତ୍ର ୭ ଶତକ ରହିଛି। ୧୦ ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲକାରୀ ତାଲିକାରେ ଜଣେ ହେଲେ ବି ଖେଳାଳି କିନ୍ତୁ ଟ୍ବେଣ୍ଟି-୨୦ରେ ଶତକ ଅର୍ଜନ କରି ପାରିନାହାନ୍ତି। ଏହି ତାଲିକା‌ରେ ଭାରତର ତିନି ଜଣ ଖେଳାଳି (ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରାହୁଲ ଦ୍ରାବିଡ଼) ଅଛନ୍ତି।

ସମ୍ବନ୍ଧିତ ଖବର