ଅଲିମ୍ପିକ୍‌ କାଂସ୍ୟ ପଦକ ବିଜେତା ଗଗନ ନାରଙ୍ଗଙ୍କ ଉତ୍କଳ କରାଟେ ସ୍କୁଲ ପରିଦର୍ଶନ

ଭୁବନେଶ୍ୱର: ଲଣ୍ଡନ ଅଲିମ୍ପିକ୍‌ରେ କାଂସ୍ୟ ପଦକ ବିଜେତା ଓ ବହୁବାର ବିଶ୍ୱ ସୁଟିଂରେ ପଦକ ପାଇଥିବା ଅର୍ନ୍ତଜାତୀୟ ସୁଟର ଗଗନ ନାରଙ୍ଗ ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲ ପରିଦର୍ଶନ କରିଛନ୍ତି।

ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଥିବା ନାରଙ୍ଗ ଓଡ଼ିଶା ରାଇଫଲ ସଂଘର ପୃଷ୍ଠପୋଷକ ତଥା ନ୍ୟାସନାଲ ରାଇଫଲ ଆସୋସିଏସନ୍‌ ଅଫ ଇଣ୍ଡିଆର ବରିଷ୍ଠ ଉପ-ସଭାପତି ତଥା ବଲାଙ୍ଗୀର ସାଂସଦ କଲିକେଶ ନାରାୟଣ ସିଂଦେଓ, ରାଜ୍ୟ ସଂଘ ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଯୁଗ୍ମ ସଂପାଦକ ବଳଭଦ୍ର ଦାସ, ସହ-ସଂପାଦକ ସୁଶ୍ରୀ ଗୌରୀ ମହାନ୍ତି, ଆଇଏସଏସଏଫ ଶ୍ରୀ ଆଶିଷ ନାୟକଙ୍କ ସହ ଆଗାମୀ ଦିନରେ ଓଡ଼ିଶାରେ ବନ୍ଧୁକ ଚାଳନା କ୍ରୀଡ଼ାର ପ୍ରସାର ନିମନ୍ତେ ଆଲୋଚନା କରିଛନ୍ତି।

ଓଡ଼ିଶାରେ ଉତ୍କଳ କରାଟେ ସ୍କୁଲ ଭଳି ଏକ କ୍ରୀଡ଼ା ଅନୁଷ୍ଠାନ ଗଢ଼ି ଉଠିବା ନେଇ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ନାରଙ୍ଗ ଅଳ୍ପ ଦିନ ମଧ୍ୟରେ ଗନ୍‌ ଅଫ୍‌ ଗ୍ଲୋରୀ ଓ ଉତ୍କଳ କରାଟେ ସ୍କୁଲର ସୁଟରମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର