ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ରେ ୨୪ ଦଳ

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ୨୯ତମ ଭୁବନେଶ୍ୱର ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହେବ। ଏଥିରେ ୨୪ ଦଳ ଅଂଶ ଗ୍ରହଣ କରିବେ। ଉଦ୍‌ଘାଟନୀ ମ୍ୟାଚ୍‌ ଅରବିନ୍ଦ ବିଦ୍ୟାପୀଠ ଓ କେନ୍ଦ୍ରୀୟ ବିଦ୍ୟାଳୟ-୨ ମଧ୍ୟରେ ଖେଳାଯିବ। ଲିଗ୍‌ ଏବଂ ନକ୍‌ଆଉଟ୍‌ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଚଳିତ ବର୍ଷଠାରୁ ‘ୟୁନିଲାଇଟ୍‌ କପ୍‌’ ନାମରେ ନାମିତ ହୋଇଛି।
ପ୍ରତ୍ୟେକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯିବା ସହ ବିଜେତା ଏବଂ ଉପବିଜେତା ଦଳକୁ ୟୁନିଲାଇଟ୍‌ କପ୍‌ ସହ ଖେଳ ଉପକରଣ ପ୍ରଦାନ କରାଯିବ। ପ୍ରତିଯୋଗିତା ଅବସରରେ ସେପ୍ଟେମ୍ବର ୫ ଗୁରୁଦିବସ ଦିନ ଏକ ପ୍ରଦର୍ଶନୀ ମହିଳା ଫୁଟ୍‌ବଲ୍‌ ମ୍ୟାଚ୍‌ ଆୟୋଜିତ ହେବ। ସେହିଭଳି ପୁରାତନ ଖେଳାଳି ତଥା ବରିଷ୍ଠ ପ୍ରଶିକ୍ଷକ ସୁକାନ୍ତ ଦତ୍ତରାୟଙ୍କୁ ସମ୍ବର୍ଧିତ କରାଯିବ। ମଙ୍ଗଳବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାବି ମିଶ୍ର, ନବରଞ୍ଜନ ପଟ୍ଟନାୟକ, ଅମୀୟକାନ୍ତ ମିଶ୍ର, ଦିଲୀପ ଦାସ, ପ୍ରଫୁଲ୍ଲ କୁମାର ମିଶ୍ର, ମହେଶ୍ୱର ସିଂହ ଓ ମୁଖ୍ୟ ପ୍ରାୟୋଜକ ୟୁନିଲାଇଟ୍‌ କଂପାନିର ବରିଷ୍ଠ ଅଧିକାରୀ ଶତ୍ରୁଜିତ ମହାନ୍ତି, ହୃଦୟବଲ୍ଲଭ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର