ଆଇପିଏଲ ୧୧: ମୁମ୍ବାଇକୁ ୧୧୯ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

ମୁମ୍ବାଇ: ସନରାଇଜର୍ସ ହାଇଦ୍ରାବାଦ ୧୮.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୮ ରନ୍‌ କରିଛି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇକୁ ୧୧୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ରସିଦ ଖାଁ(୬)ଙ୍କୁ ଯସପ୍ରୀତ ବୁମରା ଆଉଟ କରିଥିଲେ।

ଈଶାନ କିଷାନ ଓ୍ଵିକେଟ ପଛରେ ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ। ୧୦୦ ରନ୍‌ ସ୍କୋର ଥିବା ବେଳେ ହାଇଦ୍ରାବାଦ୍‌ ନିଜର ୭ମ ଓ୍ଵିକେଟ୍‌ ହରାଇଥିଲା। ମହମ୍ମଦ ସାମି(୧୪) ମୟଙ୍କ ମାର୍କଣ୍ଡେୟଙ୍କ ଲେଗ୍‌ ସ୍ପିନ୍‌ରେ ଫସି ଯାଇଥିଲେ ଓ ବୋଲ୍ଡ ହୋଇ ପାଭଲିଅନ ଫେରି ଯାଇଥିଲେ। ହାଇଦ୍ରାବାଦ ୮୫ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ହରାଇଥିଲଶ। କେନ୍‌ ଓ୍ଵିଲିୟମସନ୍‌ (୨୯) ଅଧିନାୟକ ଖେଳିବା ଭଳି ସ୍କୋର କରିପାରି ନଥିଲେ। ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ପାଭଲିଅନ୍‌ ଫେରାଇଥିଲେ। ଈଷାନ କିଷାନ ଆଉ ଏକ କ୍ୟାଚ୍‌ ନେଇଥିଲେ। ସ୍କୋର ୬୩ ରନ୍‌ ବେଳକୁ ହାଇଦ୍ରାବାଦ୍‌ର ଅଧ ଟିମ୍‌ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର