ଆଇପିଏଲ୍‌ ୧୨: କ୍ୱିଣ୍ଟନ୍‌ ଡି କକ୍‌ଙ୍କ ଅର୍ଦ୍ଧଶତକ, ପଂଜାବକୁ ୧୭୭ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ

ମୋହାଲି: କ୍ୱିଣ୍ଟନ୍‌ ଡି କକ୍‌ଙ୍କ ଅର୍ଦ୍ଧଶତକ (୬୦ ରନ୍‌, ୩୯ ବଲ୍‌, ୬ ଚୌକା ଓ ୨ ଛକା) ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ଶନିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୯ମ ମ୍ୟାଚ୍‌ରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ କରିଛି। ଫଳରେ କିଙ୍ଗ୍‌ ଏକ୍ସଆଇ ପଂଜାବକୁ ୧୭୭ ରନ୍‌ ଟାର୍ଗେଟ ମିଳିଛି। ପଂଜାବ ମୁମ୍ବାଇ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପଂଜାବ ଟିମ୍‌ର ମହମ୍ମଦ ସାମି, ହାଦୁର୍ସ ଭିଲଜୋନ୍‌ ମୁରୁଗାନ୍‌ ଅଶ୍ୱିନ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଆଣ୍ଡ୍ରୁ ଟେଙ୍କୁ ଗୋଟିଏ ଓ୍ଵିକେଟ ମିଳିଛି।।

Cricbuzz

ପଂଜାବର ମୋହାଲି ଷ୍ଟାଡିୟମରେ ଜାରି ରହିଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ ସ୍କୋର ୫୧ ରନ୍‌ରେ ରୋହିତ ଶର୍ମା (୩୨ ରନ୍‌, ୧୯ ବଲ ଓ ୫ ଚୌକା)ଙ୍କୁ ହରାଇଥିଲା। ପଂଜାବର ୨ୟ ଶିକାର ହୋଇଥିଲେ ସୂର୍ଯ୍ୟକାନ୍ତ ଯାଦବ। ସେତେବେଳକୁ ମୁମ୍ବାଇର ସ୍କୋର ୬.୨ ଓଭରରେ ୬୨ ରନ୍‌ ଥିଲା। ସେହିପରି ମୁମ୍ବାଇ ୩ୟ ଓ୍ଵିକେଟ ଭାବରେ କ୍ୱିଣ୍ଟନ ଡି କକ୍‌ଙ୍କୁ ହରାଇଥିଲା। ସ୍କୋର ୧୨୦ ଥିବା ବେଳେ ଡି କକ୍‌ ମହମ୍ମଦ୍‌ ସାମିଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ଯୁବରାଜ ସିଂହ ୨୨ଟି ବଲ୍‌ ଖେଳି ୧୮ ରନ୍‌ କରିଥିଲେ। ଅଶ୍ୱିନଙ୍କ ବଲ ସାମିଙ୍କୁ କ୍ୟାଚ ଦେଇ ଯୁବରାଜ ପାଭଲିଅନ୍‌ ଫେରିଥିଲେ। ସ୍କୋର ୧୪୬ ରନ୍‌ରେ ମୁମ୍ବାଇ କିରଣ ପୋଲାର୍ଡକୁ ଓ ୧୬୨ ରନ୍‌ରେ କ୍ରୁଣାଳ ପାଣ୍ଡ୍ୟାଙ୍କୁ ହରାଇ ଥିଲା। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୯ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୧ ରନ୍‌ କରିଥିଲେ। ମୁମ୍ବାଇର ସ୍କୋର ୧୭୫ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର