ଆଇପିଏଲ୍‌ ୧୨: ଆତ୍ମସମର୍ପଣ କଲା ମୁମ୍ବାଇ, ହାଇଦ୍ରାବାଦ୍‌କୁ ମିଳିଲା ୧୩୭ ରନ୍‌ ଟାର୍ଗେଟ

0

ହାଇଦ୍ରାବାଦ୍‌: ମୁମ୍ବାଇ ଇଣ୍ଡିଆନସ୍‌ ଶନିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୯ତମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ନିକଟରେ ୧୩୬ ରନ୍‌ରେ ଆତ୍ମସମର୍ପଣ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୩୬ ରନ୍‌ କରିବା ପରେ ହାଇଦ୍ରାବାଦ୍‌କୁ ୧୩୭ ରନ୍‌ ଟାର୍ଗେଟ ମିଳିଛି। କିରଣ ପୋଲାର୍ଡ (ଅପରାଜିତ ୪୬ ରନ, ୨୬ ବଲ, ୨ ଚୌକା, ୪ ଛକା)ଙ୍କ ବ୍ୟତୀତ ଦଳର ଅନ୍ୟ ଖେଳାଳିଙ୍କ ବ୍ୟାଟ୍‌ରୁ ୨୦ ରନ୍‌ ବାହାରି ପାରି ନାହିଁ।

ମୁମ୍ବାଇ ଇନିଂସ ଆରମ୍ଭରୁ ଭଲ ପ୍ରଦର୍ଶନ କରି ନଥିଲା। ସ୍କୋର ୨୧ ରନ୍‌ରେ ଓପନର ତଥା ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟ ଭାବେ ସୂର୍ଯ୍ୟକାନ୍ତ ଯାଦବ ଆଉଟ୍‌ ହୋଇଥିଲେ। ସେତେବେଳକୁ ସ୍କୋର ୪.୬ ଓଭରରେ ୨୮ ରନ୍‌ ଥିଲା। ହାଇଦ୍ରାବାଦ୍‌ର ୩ୟ ଶିକାର ହୋଇଥିଲେ କ୍ୱିଣ୍ଟନ ଡି କକ୍‌। ଦଳୀୟ ସ୍କୋର ୪୩ ରନ୍‌ରେ ଡି କକ୍‌ ଆଉଟ୍‌ ହୋଇଥିବା ବେଳେ ୬୩ ରନ୍‌ରେ କ୍ରୁଣାଲ ପାଣ୍ଡ୍ୟା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ୧୨.୫ ଓଭରରେ ମାତ୍ର ୬୫ ରନ୍‌ ବେଳକୁ ମୁମ୍ବାଇ ୫ଟି ଓ୍ଵିକେଟ ହରାଇ ସାରିଥିଲା।

ହାଇଦ୍ରାବାଦର ୫ମ ଶିକାର ହୋଇଥିଲେ ଈଶାନ କିଷାନ। ସ୍କୋର ୮୬ ରନ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଥିବା ବେଳେ ୯୭ ରନ୍‌ରେ ରାହୁଲ ଚହର ପାଭଲିଅନ୍‌ ଫେରିଥିଲେ।

ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୧୧ ରନ, ଡି କକ୍‌ ୧୯ ରନ୍‌, ଈଶାନ କିଷାନ ୧୭ ରନ, ହାର୍ଦ୍ଦିକ ପାଣ୍‌ୃା ୧୪ ରନ ଓ ରାହୁଲ ୧୦ ରନ୍‌ କରିଥିଲେ। ସିଦ୍ଧାର୍ଥ କାଉଲ ୨ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ମହମ୍ମଦ ନବୀ ଓ ରସିଦ ଖାନ ୧-୧ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.