ଆଇପିଏଲ୍‌ ୧୧: ହାଇଦ୍ରାବାଦକୁ ୧୩୯ ରନ୍‌ ବିଜୟ ଲକ୍ଷ୍ୟ ଦେଲା କୋଲକାତା

କୋଲକାତା: ଇଡେନ ଗାର୍ଡେନ ଠାରେ ଶନିବାର କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୧୩୮ ରନ୍‌ ସଂଗ୍ରହ କରିବା ପରେ ହାଇଦ୍ରାବାଦ୍‌କୁ ୧୩୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ଅନ୍ୟତମ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ସନ୍‌ରାଇଜର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

କ୍ରିସ ଲିନ୍‌ ୪୯ ରନ୍‌ରେ ଆଉଟ୍‌ ହେବା ପରେ କୋଲକାତା ୪ର୍ଥ ଓ୍ଵିକେଟ୍‌ ହରାଇଥିଲା। ପୂର୍ବରୁ ଦଳୀୟ ସ୍କୋର ୧୬ ରନ୍‌ ଥିବା ବେଳେ ରବିନ ଉଥାପା, ୫୫ ରନ୍‌ରେ ନୀତିଶ ରାଣା, ୭୯ ରନ୍‌ରେ ସୁନୀଲ ନାରିନ ଆଉଟ ହୋଇଥିଲେ। ୯୬ ରନ୍‌ରେ ହାଇଦ୍ରାବଦ୍‌ର ୫ମ ଶିକାର ହୋଇଥିଲେ ଆନ୍ଦ୍ରେ ରସେଲ। ୧୬.୪ ଓଭରରେ ୧୧୨ ରନ୍‌ରେ ସୁବମନ୍‌ ଗିଲ ପାଭଲିଅନ ଫେରିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ(୨୯) ଭୁବନେଶ୍ୱର କୁମାରଙ୍କ ବଲ ସାକିବୁଲ ହାସନଙ୍କୁ କ୍ୟାଚ୍‌ ଦେଇଥିଲେ।

ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ବିଲି ଷ୍ଟେନଲେକ୍‌ ଓ ସାକିବୁଲ୍‌ ହାସନ୍‌ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର