ଆଇପିଏଲ୍‌ ୧୧: ଦିଲ୍ଲୀକୁ ୪ ରନ୍‌ରେ ହରାଇଲା ପଞ୍ଜାବ

ନୂଆଦିଲ୍ଲୀ: ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ସୋମବାର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୪ ରନ୍‌ରେ ଦିଲ୍ଲୀକୁ ପରାସ୍ତ କରିଛି। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୧୩୯ ରନ୍‌ ସଂଗ୍ରହ କରିଛି। ଶ୍ରେୟସ ଆୟାର (୫୭) ଦିଲ୍ଲୀ ପାଇଁ ସର୍ବାଧିକ ରନ୍‌ ଯୋଡ଼ିଥିଲେ।

୧୪୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦିଲ୍ଲୀ ୨ୟ ଇନିଂସ ବ୍ୟାଟିଂ କରିଥିଲା। ପୃଥ୍ଵୀ ସ ୨୨ ରନ୍‌, ଅଧିନାୟକ ଗୌତମ ଗମ୍ଭୀର ୪ ରନ୍‌, ଗ୍ଲେନ ମେକସ୍‌େଓ୍ଵଲ୍‌ ୧୨ ରନ୍‌, ଋଷଭ ପନ୍ଥ ୪ ରନ୍‌, ଡାନିଏଲ ଖ୍ରୀଷ୍ଟିଆନ୍‌ ୬ ରନ୍‌, ରାହୁଲ ତେଓ୍ଵତିଆ ୨୪ ରନ୍‌, ଲିଆମ ପଙ୍କେତ କୌଣସି ରନ୍‌ ନକରି ଆଉଟ୍‌ ହୋଇଥିଲେ।

ପ୍ରଥମ ଇନିଂସରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୧୪୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଟସ୍‌ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ପଞ୍ଜାବ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୩ ରନ୍‌ ସଂଗ୍ରହ କରିଥିଲା। ଲୋକେଶ ରାହୁଲ ୨୩ ରନ୍‌, ଆରୋନ୍‌ ଫିଞ୍ଚ ୨ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୨୧ ରନ୍‌, କରୁଣ ନାୟାର ୩୪ ରନ୍‌, ଯୁବରାଜ ସିଂହ ୧୪ ରନ୍‌, ଡେଭିଡ ମିଲର ୨୬ ରନ୍‌ ସଂଗ୍ରହ କରିଥିଲେ। ୬ ରନ୍‌ରେ ପ୍ରଥମ ଓ୍ଵିକେଟ, ୪୨ ରନ୍‌ରେ ୨ୟ ଓ୍ଵିକେଟ୍‌, ୬୦ ରନ୍‌ରେ ୩ୟ ଓ୍ଵିକେଟ୍‌, ୮୫ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୧୬ ରନ୍‌ରେ ୫ମ ଓ୍ଵିକେଟ୍‌, ୧୨୭ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌, ୧୪୦ ରନ୍‌ରେ ୭ମ ଓ୍ଵିକେଟ୍‌ ଓ ୧୪୩ ରନ୍‌ରେ ୮ମ ଓ୍ଵିକେଟ୍‌ ପଡ଼ିଥିଲା। ଦିଲ୍ଲୀ ପକ୍ଷରୁ ଲିଆମ ପ୍ଲଙ୍କେତ ୩ ଟି ଓ୍ଵିକେଟ୍‌ ନେଇଥିବା ବେଳେ ଅବେଶ ଖାଁ ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏଁ ଓ ଡାନିଏଲ ଖ୍ରୀଷ୍ଟିଆନ ଗୋଟିଏ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର