ଆଇପିଏଲ୍ ୧୨: ରୟାଲସକୁ ୧୫୧ ରନ୍ରେ ଅଟକାଇଲା ସୁପର କିଙ୍ଗସ୍
ଜୟପୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୫ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲସ୍କୁ ଚେନ୍ନାଇ ସୁପର କିଙ୍ଗସ୍ ୧୫୧ ରନ୍ରେ ଅଟକାଇଛି। ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମ୍ରେ ଗୁରୁବାର ଚେନ୍ନାଇ ଟସ୍ ଜିଣି ବୋଲି କରିବାକୁ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୫୧ ରନ୍ କରିବା ପରେ ଚେନ୍ନାଇକୁ ୧୫୨ ରନ୍ ଟାର୍ଗେଟ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନର କୌଣସି ଖେଳାଳି ବ୍ୟକ୍ତିଗତ ଭାବେ ୩୦ ରନ୍ କରିପାରି ନାହାନ୍ତି। ଦଳକୁ ସ୍କୋର ୩୧ ରନ୍ରେ ପ୍ରଥମ ଝଟକା ଲାଗିଥିଲା। ଟିମ୍ ଦ୍ୱିତୀୟ ଓ୍ଵିକେଟ ଭାବରେ ଜୋସ୍ ବଟଲରଙ୍କୁ ହରାଇଥିବା ବେଳେ ଚେନ୍ନାଇର ୩ୟ ଶିକାର ହୋଇଥିଲେ ସଂଜୁ ସାମସନ୍। ସେହିପରି ସ୍କୋର ୬୯ ରନ୍ରେ ରାହୁଲ ତ୍ରିପାଠୀ, ୭୮ ରନ୍ରେ ଷ୍ଟିଭେନ ସ୍ମିଥ, ୧୦୩ ରନ୍ରେ ରିୟାନ ପ୍ରଜ୍ଞା ଓ ୧୨୬ ରନ୍ରେ ବେନ୍ ଷ୍ଟୋକ୍ ଆଉଟ୍ ହୋଇଥିଲେ। ରୟାଲ ଅଷ୍ଟମ ଓ୍ଵିକେଟରେ ୧୦ଟି ବଲରୁ ୨୫ ରନ ସଂଗ୍ରହ ହୋଇଥିଲା। ଜୋଫ୍ରା ଆର୍ଚ୍ଚର ଅପରାଜିତ ୧୨ ରନ ଓ ଶ୍ରେୟସ ଗୋପାଳ ଅପରାଜିତ ୧୯ ରନ୍ କରିଥିଲେ।
ରାଜସ୍ଥାନ ପାଇଁ ବେନ୍ ଷ୍ଟୋକସ୍ ସର୍ବାଧିକ ୨୮ ରନ୍, ବଟଲର ୨୩ ରନ, ଗୋପାଳ ୧୯ ରନ, ରିୟାନ ୧୬ ରନ୍, ସ୍ମିଥ ୧୫ ରନ୍, ରାହାଣେ ୧୪ ରନ ଓ ଜୋଫ୍ରା ୧୩ ରନ କରିଥିଲେ। ଚେନ୍ନାଇର ଦିପକ ଚହର, ସିର୍ଦ୍ଧାର୍ଥ କାଉଲ ଓ ରବୀନ୍ଦ୍ର ଜାଦେଜା ୨-୨ ଓ୍ଵିକେଟ ନେଇଥିବା ବେଳେ ମିଚେଲ ସଟନର ଗୋଟିଏ ଓ୍ଵିକେଟ ନେଇଥିଲେ।
ଆଇପିଏଲ୍ର ଦ୍ୱାଦଶ ସଂସ୍କରଣରେ ଚେନ୍ନାଇ ଏଯାଏଁ ୬ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହେବା ସହିତ ଅଙ୍କ ତାଲିକାର ଶୀର୍ଷରେ ପହଂଚିଛି। ଚେନ୍ନାଇ ଏପ୍ରିଲ ୩ରେ ମୁମ୍ବାଇ ଇଣ୍ଡିଆନସ୍ ବିପକ୍ଷରେ ୩୭ ରନ୍ରେ ପରାସ୍ତ ହୋଇଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଉଦ୍ଘାଟନୀ ମ୍ୟାଚରେ ମାର୍ଚ୍ଚ ୨୩ରେ ୭ ଓ୍ଵିକେଟରେ ବିଜୟୀ ହୋଇଥିଲା। ସେହିପରି ଚେନ୍ନାଇ ମାର୍ଚ୍ଚ ୨୬ରେ ଦିଲ୍ଲୀ ବିପକ୍ଷରେ ୬ ଓ୍ଵିକେଟ, ମାର୍ଚ୍ଚ ୩୧ରେ ରାଜସ୍ଥାନ ବିପକ୍ଷରେ ୮ ରନ୍, ଏପ୍ରିଲ ୬ରେ ପଂଜାବ ବିପକ୍ଷରେ ୨୨ ରନ୍ ଓ ଏପ୍ରିଲ ୯ରେ କୋଲକାତା ବିପକ୍ଷରେ ୭ ଓ୍ଵିକେଟ୍ରେ ବିଜୟୀ ହୋଇଥିଲା।
ଚଳିତ ଆଇପିଏଲ୍ରେ ରାଜସ୍ଥାନ ୫ଟି ମ୍ୟାଚ ଖେଳି କେବଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଏପ୍ରିଲ ୨ରେ ୭ ଓ୍ଵିକେଟରେ ମ୍ୟାଚ ଜିତିଛି। ରାଜସ୍ଥାନ ମାର୍ଚ୍ଚ ୨୫ରେ ପଂଜବା ଠାରୁ ୧୪ ରନ, ମାର୍ଚ୍ଚ ୨୯ରେ ହାଇଦ୍ରାବାଦ୍ ଠାରୁ ୫ ଓ୍ଵିକେଟ, ମାର୍ଚ୍ଚ ୩୧ରେ ଚେନ୍ନାଇ ସୁପର କିଙ୍ଗସ୍ ଠାରୁ ୮ ରନ୍ ଓ ଏପ୍ରିଲ ୭ରେ କୋଲକାତା ଠାରୁ ୮ ଓ୍ଵିକେଟରେ ପରାସ୍ତ ହୋଇଥିଲା।