ଆଇପିଏଲ୍‌ ୧୧: ରାଜସ୍ଥାନକୁ ୧୫୨ ରନ୍‌ ଟୋର୍ଗେଟ ଦେଲା ହାଇଦ୍ରାବାଦ୍‌

ଜୟପୁର: ରାଜସ୍ଥାନ ରୟାଲସ୍‌କୁ ୧୫୨ ରନ୍‌ ଟାର୍ଗେଟ ଦେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌। ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମ୍‌ରେ ରବିବାର ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସ୍‌ଙ୍କ ଅର୍ଦ୍ଧଶତକ (୬୩) ଓ ଆଲେକ୍ସ ହେଲଙ୍କ ୪୫ ରନ୍‌ ବଳରେ ହାଇଦ୍ରାବାଦ୍‌ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୧ ରନ୍‌ ସଂଗ୍ରହ କରିଛି। ଶିଖର ଧାଓ୍ଵନ ୬ ରନ୍‌, ମନୀଷ ପାଣ୍ଡେ ୧୬ ରନ୍‌, ସାକିବୁଲ ହାସନ ୬ ରନ୍‌, ୟୁସୁଫ ପଠାନ ୨ ରନ୍‌, ଋଦ୍ଧିମାନ ଶାହା ଅପରାଜିତ ୧୧ ରନ୍‌ ସଂଗ୍ରହ କରିଛି। ରସିଦ ଖାଁ ୧ ରନ୍‌ କରିଥିବା ବେଳେ ବାସିଲ ଥାମ୍ପି କୌଣସି ରନ୍‌ ନକରି ପାଭଲିଅନ ଫେରିଥିଲେ।

କ୍ରିଷ୍ଣପା ଗୋସ୍ୱାମୀ ୪ ଓଭର ବୋଲିଂ କରି ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ସେ ୧୮ ରନ୍‌ ଖର୍ଚ୍ଚ କରିଥିଲେ। ସେହିପରି ଜୋଫାର ଆଚର ୨୬ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ନେଇଥିଲେ। ରାଜସ୍ଥାନ ଟିମ୍‌ର ଜୟଦେବ ଉନାଦକଟ ଓ ଈଷ ସୋଧୀଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା। ଆରମ୍ଭରୁ ହାଇଦ୍ରାବାଦ୍‌ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ୨ୟ ଓ୍ଵିକେଟ୍‌ରେ ଭଲ ବ୍ୟାଟି କରିଥିଲା। ୧୭ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ପଡ଼ିଥିଲେ ମଧ୍ୟ ୧୦୯ ରନ୍‌ରେ ୨ୟ ଓ୍ଵିକେଟ ହରାଇଥିଲା।

ସମ୍ବନ୍ଧିତ ଖବର