ଆଇପିଏଲ୍‌ ୧୧: ହାଇଦ୍ରାବାଦ୍‌କୁ ୧୬୪ ରନ୍‌ ଟାର୍ଗେଟ ଦେଲା ଦିଲ୍ଲୀ

0 79

ହାଇଦ୍ରାବାଦ: ଦିଲ୍ଲୀ ଡେୟାରଡେଭିଲସ୍‌ ଶନିବାର ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୬୪ ରନ୍‌ ଟାର୍ଗେଟ ଦେଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଦିଲ୍ଲୀ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ ସଂଗ୍ରହ କରିଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦିଲ୍ଲୀର ପୃଥ୍ଵୀ ସ ୩୬ଟି ବଲ୍‌ ଖେଳି ୬୫ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୬ଟି ଚୌକା ଓ ୩ଟି ଛକା ସାମିଲ ଅଛି। ଗ୍ଲେନ ମେକ୍ସେଓ୍ଵଲ୍‌ ୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିବା ବେଳେ ଶ୍ରେୟସ ଆୟାର ୪୪ ରନ୍‌, ଋଷଭ ପନ୍ଥ ୧୮ ରନ୍‌, ନମନ ଓଝା ୧ ରନ୍‌, ବିଜୟ ଶଙ୍କର ଅପରାଜିତ ୨୩ ରନ୍‌, ଡାନିଏଲ କ୍ରଷ୍ଟିଆନ୍‌ ଅପରାଜିତ ୭ ରନ୍‌ ସଂଗ୍ରହ କରିଛନ୍ତି।

ଦିଲ୍ଲୀ ୯ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ୯୫ ରନ୍‌ରେ ସନ୍‌ରାଇଜର୍ସର ୨ୟ ଶିକାର ହୋଇଥିଲେ ପୃଥ୍ଵୀ ସ। ୧୨୫ ରନ୍‌ରେ ଶ୍ରେୟସ ଆୟାର, ୧୩୩ ରନ୍‌ରେ ନମନ ଓଝା, ୧୩୪ ରନ୍‌ରେ ଋଷଭ ପନ୍ଥ ପାଭଲିଅନ୍‌ ଫେରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.