ଆଇପିଏଲ୍‌ ୧୧: ଜୋଫ୍ରା ଆର୍ଚ୍ଚରଙ୍କୁ ୩ ଓ୍ଵିକେଟ୍‌, ରାଜସ୍ଥାନକୁ ୧୬୮ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ

ଜୟପୁର: ସୂର୍ଯ୍ୟକାନ୍ତ ଯାଦବ(୭୨) ଓ ଈଷାନ କିଷାନ(୫୮)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍‌ ସଂଗ୍ରହ କରିବା ପରେ ରାଜସ୍ଥାନ ରୟାଲସ୍‌କୁ ୧୬୮ ରନ୍‌ ଟାର୍ଗେଟ ମିଳିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ୨୧ତମ ମ୍ୟାଚ୍‌ରେ ରବିବାର ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଗୋଟିଏ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇବା ପରେ ମୁମ୍ବାଇ ୨ୟ ଓ୍ଵିକେଟ୍‌ରେ ୧୨୯ ରନ୍‌ ଯୋଡ଼ିଥିଲା।

୧୩୫ ରନ୍‌ରେ ୩ୟ ଓ୍ଵକେଟ, ୧୩୬ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୫୪ ରନ୍‌ରେ ୫ମ ଓ୍ଵିକେଟ୍‌, ୧୫୯ ରନ୍‌ରେ ୬ଷ୍ଠ ଓ ୭ମ ଓ୍ଵିକେଟ୍‌ ପଡ଼ିଥିଲା। ରାଜସ୍ଥାନ ଜୋଫ୍ରା ଆର୍ଚର ୩ଟି, ଧଓ୍ଵଲ କୁଲକର୍ଣ୍ଣି ୨ଟି ଓ ଜୟଦେବ ଉନାଦକଟ ଗୋଟିଏ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର