ଆଇପିଏଲ୍‌ ୧୨: ଚେନ୍ନାଇକୁ ୧୭୧ ରନ୍‌ ଟାଗେର୍ଟ ଦେଲା ମୁମ୍ବାଇ

ମୁମ୍ବାଇ: ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍‌ ଇଣ୍ଡିଆନକୁ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୫ତମ ମ୍ୟାଚ୍‌ରେ ବୁଧବାର୧୭୧ ରନ୍‌ ଟାର୍ଗେଟ ମିଳିଛି। ସୂର୍ଯ୍ୟ କୁମାର ଯାଦବ (୫୯ ରନ୍‌, ୪୩ ବଲ, ୮ ଚୌକା ଓ ୧ ଛକା) ଓ କ୍ରୁଣାଲ ପାଣ୍ଡ୍ୟା (୪୨ ରନ, ୩୨ ବଲ, ୫ ଚୌକା ଓ ୧ ଛକା)ଙ୍କ ଭଲ ସ୍କୋର ବ୍ୟାଟିଂ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୭୦ ରନ୍‌ ସଂଗ୍ରହ କରିଛି। ଫଳରେ ମୁମ୍ବାଇ ଠାରୁ ୧୭୧ ରନ୍‌ ଟାର୍ଗେଟ ପାଇଛି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା (୨୫ ରନ୍‌) ଓ କିରଣ ପୋଲାର୍ଡ (୧୭ ରନ୍‌) ଅପରାଜିତ ପାଭଲିଅନ୍‌ ଫେରିଛନ୍ତି।

ସ୍କୋର ୮ ରନ୍‌ରେ ମୁମ୍ବାଇ ପ୍ରଥମ ଓ୍ଵିକେଟ ଭାବରେ କ୍ୱିଣ୍ଟନ ଡି-କକ୍‌ଙ୍କୁ ହରାଇ ଥିଲା। ଡି କକ୍‌, ଦିପକ ଚହରଙ୍କ ବଲରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଏହା ପରେ ରୋହିତ ଶର୍ମା ଓ ଯୁବରାଜ ସିଂହ ମଧ୍ୟ ବେଶି ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରି ନଥିଲେ। ଦଳ ୫୦ ରନ୍‌ ବେଳକୁ ୮.୩ ଓଭରରେ ୩ ଓ୍ଵିକେଟ ହରାଇ ସାରିଥିଲା।

ରବୀନ୍ଦ୍ର ଜାଦେଜାଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇ ରୋହିତ ଶର୍ମା (୧୩ ରନ୍‌) ଓ ଇମ୍ରାନ ତାହିରଙ୍କ ବଲ ଅମ୍ବାତି ରାୟଡୁଙ୍କୁ କ୍ୟାଚ ଦେଇ ଯୁବରାଜ (୪ ରନ୍‌) ଆଉଟ୍‌ ହୋଇଥିଲେ। ମୁମ୍ବାଇ ୪ର୍ଥ ଓ୍ଵିକେଟ ଭାବରେ କ୍ରୁଣାଲ ପାଣ୍ଡ୍ୟାଙ୍କୁ ହରାଇଥିଲା। ସେହିପରି ବିସ୍ପୋରକ ବ୍ୟାଟସ୍‌ମ୍ୟାନ ସୂର୍ଯ୍ୟକୁମାର ଚେନ୍ନାଇର ୫ମ ଶିକାର ହୋଇଥିଲେ।

ତିନି ଥର ଚାମ୍ପିଅନ୍‌ ସୁପର କିଙ୍ଗସ୍‌ ଚଳିତ ଆଇପିଏଲରେ କ୍ରମାଗତ ୩ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ସ୍ଥାନ ପାଇଛି। ଆଜିର ମ୍ୟାଚ୍‌ରେ ବିଜୟୀ ହୋଇ ଚେନ୍ନାଇ ନିଜର ସ୍ଥିତିକୁ ଆହୁରି ମଜବୁତ କରିବ। ମାତ୍ର ଉଭୟ ମୁମ୍ବାଇ ଓ ଚେନ୍ନାଇର ପ୍ରଦର୍ଶନକୁ ସମୀକ୍ଷା କରାଗଲେ ରୋହିତଙ୍କ ଟିମ୍‌ ଧୋନିଙ୍କ ଟିମ ବିପକ୍ଷରେ ବିଗତ ୫ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଛି। ଆଇପିଏଲ୍‌ରେ ଉଭୟ ଟିମ୍‌ ମଧ୍ୟରେ ୨୬ଟି ମ୍ୟାଚ ଖେଳାଯାଇଥିବା ବେଳେ ମୁମ୍ବାଇ ୧୪ଟି ଜିତିଛି। ଚଳିତ ସଂସ୍କରଣରେ ବେଙ୍ଗାଲୁରୁ, ରାଜସ୍ଥାନ ଓ ହାଇଦ୍ରାବାଦକୁ ଚେନ୍ନାଇ ପରାସ୍ତ କରିଛି।

ସମ୍ବନ୍ଧିତ ଖବର