ଆଇପିଏଲ୍‌ ୧୧: କୋଲକାତାକୁ ୧୮୨ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନସ୍‌

ମୁମ୍ବାଇ: କୋଲକାତା ନାଇଟ୍‌ ରାଇଡର୍ସକୁ ମୁମ୍ବାଇ ଇଣ୍ଡିଆନସ୍‌ ୧୮୨ ରନ୍‌ ଟାର୍ଗେଟ ଦେଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୧୧ର ୩୭ତମ ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ହାରି ପ୍ରଥମେ ବେଟିଂ କରିଥିଲା। ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ରବିବାର ମୁମ୍ବାଇ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୧୮୧ ରନ୍‌ କରିଛି। ଆରମ୍ଭରୁ ମୁମ୍ବାଇର ବ୍ୟାଟ୍ସମ୍ୟାନ୍‌ମାନେ ଭଲ ପ୍ରଦର୍ଶନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୩୯ଟି ବଲ ଖେଳି ୫୯ ରନ୍‌ ଯୋଡ଼ିଛନ୍ତି। ଇଭିନ ଲୁଇସ୍‌ ୪୩ ରନ୍‌, ରୋହିତ ଶର୍ମା ୧୧ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୫ ରନ୍‌, ଜେପି ଡୁମିନି ଅପରାଜିତ ୧୩ ରନ୍‌ କରିଛନ୍ତି

ପ୍ରଥମ ଓ୍ଵିକେଟ୍‌ରେ ମୁମ୍ବାଇ ୯୧ ରନ୍‌ ସଂଗ୍ରହ କରିଥିଲା। ୧୦୬ ରନ୍‌ରେ ରୋହିତ ଆଉଟ ହୋଇଥିଲେ। କୋଲକାତାର ୩ୟ ଶିକାର ହୋଇଥିଲେ ସୂର୍ଯ୍ୟକୁମାର ଯାଦବ। ସେହିଭଳି ୧୫୧ ରନ୍‌ରେ ମୁମ୍ବାଇ ୪ର୍ଥ ଓ୍ଵକେଟ ହରାଇଥିଲା। କୋଲକାତା ନାଇଟ୍‌ ରାଇଡର୍ସର ସୁନୀଲ ନାରିନ ଏବଂ ଆନ୍ଦ୍ରେ ରସେଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର