ଆଇପିଏଲ୍‌ ୧୨: କାର୍ତ୍ତିକଙ୍କ ସହିତ ହିଟ୍‌ କଲେ ରସେଲ୍‌, ଦିଲ୍ଲୀକୁ ୧୮୬ ରନ୍‌ ଟାର୍ଗେଟ ଦେଲା କୋଲକାତା

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୦ମ ମ୍ୟାଚ୍‌ରେ ଶନିବାର ଆନ୍ଦ୍ରେ ରସେଲ (୬୨ ରନ୍‌, ୨୮ ବଲ୍‌, ୪ ଚୌକା, ୬ ଛକା) ପୁଣି ଥରେ ହିଟ୍‌ ହୋଇଛନ୍ତି। କୋଲକାତା ୯.୧ ଓଭରରେ ୫ଟି ଓ୍ଵିକେଟ୍‌ରେ ୬୧ ରନ୍‌ କରିଥିବା ବେଳେ ୬ଷ୍ଠ ଓ୍ଵିକେଟ୍‌ରେ ଦିନେଶ କାର୍ତ୍ତିକ (୫୦ ରନ୍‌, ୩୬ ବଲ, ୫ ଚୌକା ଓ ୨ ଛକା)ଙ୍କ ସହିତ ରସେଲ ୯୫ ରନ୍‌ ଭାଗିଦାରୀ ହୋଇପାରିଛନ୍ତି। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୮୫ ରନ୍‌ କରିଛି। ଫଳରେ ଦିଲ୍ଲୀକୁ ୮୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

କୋଲକାତାର ସ୍କୋର ୧୭୦ ରନ୍‌ରେ କ୍ୟାପ୍‌ଟେନ୍‌ ଦିନେଶ କାର୍ତ୍ତିକ ପାଭଲିଅନ୍‌ ଫେରି ଯାଇଥିଲେ। ଦିଲ୍ଲୀର ହର୍ଷଲ ପଟେଲ ଓ କାଗିସୋ ରାବାଡାଙ୍କୁ ୨-୨ ଓ୍ଵିକେଟ ମିଳିଛି। ସନ୍ଦୀପ ଲାମିଛନେ, କ୍ରିସ୍‌ ମୋରିସ ଓ ଅମିତ ମିଶ୍ରାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି।

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ କୋଲକାତାକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ମାତ୍ର ଦଳ ପ୍ରଥମ ୧୦ ଓଭର ଭଲ ପ୍ରଦର୍ଶନ କରି ନଥିଲା। ସ୍କୋର ୧୬ ରନ୍‌ରେ ଓପନର ନିଖିଲ ନାଏକ, ୩୬ ରନ୍‌ରେ ରବିନ ଉଥାପା, ୪୦ ରନ୍‌ରେ କ୍ରିସ୍‌ ଲିନ୍‌, ୪୪ ରନ୍‌ରେ ନୀତିଶ ରାଣା ଓ ୬୧ ରନ୍‌ରେ ଶୁଭମନ ଗିଲ ଆଉଟ୍‌ ହୋଇଥିଲେ। କ୍ରିସ୍‌ ମୋରିସ୍‌ଙ୍କ ବଲ ରାହୁଲ ତେଓ୍ଵାଟିଆଙ୍କୁ କ୍ୟାଚ୍‌ ଦେବା ପୂର୍ବରୁ ରସେଲ ଦଳର ସ୍କୋରକୁ ୧୫୬ ରନ୍‌ରେ ପହଂଚାଇଥିଲେ।

ସମ୍ବନ୍ଧିତ ଖବର