ଆଇପିଏଲ୍‌-୨୦୧୯ ଖେଳସୂଚୀ ଜାରି, ଚେନ୍ନାଇ-ବେଙ୍ଗାଲୁର ପ୍ରଥମ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୧୯ ପାଇଁ ମଙ୍ଗଳବାର ଖେଳସୂଚୀ ଜାରି ହୋଇଛି। ଖେଳ ସହିତ ମନୋରଂଜନ ଯୋଗାଉଥିବା ଟି-୨୦ ମ୍ୟାଚ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇରେ ଭେଟିବ। ପ୍ରଥମ ପର୍ଯ୍ୟାୟରେ ଆଜି ଆଇପିଏଲ ଟୁଇଟର ମାଧ୍ୟମରେ ୧୭ଟି ମ୍ୟାଚ ପାଇଁ ଖେଳସୂଚୀ (ମାର୍ଚ୍ଚ ୨୩ରୁ ଏପ୍ରିଲ ୫) ଯାଏଁ ଜାରି କରାଯାଇଛି।

ଆଇପିଏଲ ଏକାଦଶ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ସୁପର କିଙ୍ଗସ୍‌ ୩ୟ ଥର ପାଇଁ ଚାମ୍ପିଅନ୍‌ ହୋଇଥିଲା। ପୂର୍ବରୁ ମୁମ୍ବାଇ ଇଣ୍ଡିଆନସ୍‌ ୩ ଥର ଆଇପିଏଲ ଚାମ୍ପିଅନ ହୋଇଥିଲା।

ଆଇପିଏଲ୍‌ ପୂର୍ବରୁ ନିଲାମୀରେ ଜୟଦେବ ଉନାଦକଟକୁ ରାଜସ୍ଥାନ ରୋୟାଲସ୍‌ ୮.୪ କୋଟି ଟଙ୍କାରେ କିଣିଛି। ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସମାନ ପରିମାଣରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ନିଜର ଟିମ୍‌ରେ ସାମିଲ କରିଛି।

ସମ୍ବନ୍ଧିତ ଖବର