ଆଇପିଏଲ୍‌: ରାହାଣେଙ୍କ ଅପରାଜିତ ଶତକ, ଦିଲ୍ଲୀକୁ ୧୯୨ ରନ୍‌ ଟାର୍ଗେଟ ଦେଲା ରାଜସ୍ଥାନ

ଜୟପୁର: ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଅପରାଜିତ ଶତକ (୧୦୫ ରନ୍‌, ୬୩ ବଲ୍‌, ୧୧ ଚୌକା, ୩ ଛକା) ବଳରେ ରାଜସ୍ଥାନ ରୟାଲସ୍‌ ୧୯୧ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ୧୯୨ ରନ୍‌ ଟାର୍ଗେଟ ମିଳିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୦ତମ ମ୍ୟାଚ୍‌ ସୋମବାର ରାଜସ୍ଥାନ ରୟାଲସ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇଥିଲା। ଟସ୍‌ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Cricbuzz

ରାହାଣେଙ୍କ ବ୍ୟତୀତ ଷ୍ଟିଭ୍‌ ସ୍ମିଥ ଅର୍ଦ୍ଧଶତକ (୫୦ ରନ୍‌) କରିଥିଲେ। ସେ ୩୨ଟି ବଲ ଖେଳି ୮ଟି ଚୌକା ମାରିଥିଲେ। ଅକ୍ଷର ପଟେଲଙ୍କ ବଲ କ୍ରିସ୍‌ ମୋରିସଙ୍କୁ କ୍ୟାଚ୍‌ ଦେଇ ସ୍ମିଥ ପାଭଲିଅନ୍‌ ଫେରିଥିଲେ। ରାଜସ୍ଥାନ ସ୍କୋର ମାତ୍ର ୫ ରନ୍‌ରେ ଓପନର ସଂଜୁ ସାମ୍‌ସନ୍‌ଙ୍କୁ ହରାଇଥିଲା। ମାତ୍ର ଦ୍ୱିତୀୟ ଓ୍ଵିକେଟ ବେଳକୁ ଦଳ ୧୩୫ ରନ୍‌ କରିଥିଲା। ସେହିପରି ୩ୟ ଓ୍ଵିକେଟରେ ୨୨ ରନ୍‌ ଭାଗିଦାରୀ ହୋଇପାରିଥିଲା।

ସଂଜୁ ସାମ୍‌ସନ୍‌ ଓ ଅଷ୍ଟନ ଟର୍ଣ୍ଣର ବିନା ରନ୍‌ରେ ପାଭଲିଅନ୍‌ ଫେରିଥିବା ବେଳେ ବେନ୍‌ ଷ୍ଟୋକ୍‌ ୮ ରନ୍‌ ଓ ରିୟାନ ପରାଗ ୪ ରନ୍‌ କରିଥିଲେ। ଷ୍ଟୁଆର୍ଟ ବିନି ୧୯ ରନ କରିଥିଲେ। ସେ ୧୩ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ଦିଲ୍ଲୀର କାଗିସୋ ରାବଡାଙ୍କୁ ୨ଟି ଓ୍ଵିକେଟ ମିଳିଥିଲା। ଈଶାନ୍ତ ଶର୍ମା, ଅକ୍ଷର ପଟେଲ ଓ କ୍ରିସ ମୋରିସ ୧-୧ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର