ଆଇପିଏଲ୍‌ ୧୨: ଋଷଭ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ମୁମ୍ବାଇକୁ ୨୧୪ ରନ୍‌ ଟାର୍ଗେଟ ଦେଲା ଦିଲ୍ଲୀ

ମୁମ୍ବାଇ: ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ (୭୮ ରନ, ୨୭ ବଲ, ୭ ଚୌକା ଓ ୭ ଛକା) ବଳରେ ଦିଲ୍ଲୀ କ୍ୟାପିଟାଲସ୍‌ ରବିବାର ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୧୩ ରନ୍‌ କରିଛି। ଓ୍ଵାଙ୍ଖଡେ ଷ୍ଟାଡିୟମରେ ଆୟୋଜକ ମୁମ୍ବାଇ ଇଣ୍ଡିଆନସ୍‌କୁ ୨୧୪ ରନ ବିଜୟ ଲକ୍ଷ୍ୟ ମିଳିଛି।

ମୁମ୍ବାଇ ଇଣ୍ଡିଆନସ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ କ୍ୟାପିଟାଲସ୍‌ ବ୍ୟାଟିଂ କରିଥିଲା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ତୃତୀୟ ମ୍ୟାଚରେ ଦିଲ୍ଲୀ ସ୍କୋର ୧୦ ରନ୍‌ରେ ପୃଥ୍ଵୀ ସଙ୍କୁ ହରାଇଥିଲା। ମୁମ୍ବାଇର ଦ୍ୱିତୀୟ ଶିକାର ହୋଇଥିଲେ ଶ୍ରେୟସ ଆୟାର। ସେତେବେଳକୁ ସ୍କୋର ୩.୪ ଓଭରରେ ୨୯ ରନ୍‌ ଥିଲା। ତୃତୀୟ ଓ୍ଵିକେଟରେ ଦିଲ୍ଲୀ ୮୩ ରନ୍‌ ସଂଗ୍ରହ କରିଥିଲା। ସ୍କୋର ୧୧୨ ରନ୍‌ରେ କୋଲିନ ଇଗ୍ରାମ (୪୭ ରନ୍‌, ୩୨ ବଲ, ୭ ଚୌକା ଓ ୧ ଛକା) ଆଉଟ୍‌ ହୋଇଥିବା ବେଳେ ୧୩୧ ରନ୍‌ରେ ଶିଖର ଧାଓ୍ଵନ୍‌ (୪୩ ରନ୍‌, ୩୬ ବଲ, ୪ ଚୌକା ଓ ୧ ଛକା) ପାଭଲିଅନ୍‌ ଫେରିଥିଲେ।

ସ୍କୋର ୧୫୭ ରନ୍‌ରେ କିମୋ ପଲ, ୧୬୫ ରନ୍‌ରେ ଅକ୍ଷର ପଟେଲ । ମୁମ୍ବାଇର ବୋଲର ମିଚେନ ମ୍ୟାକଲିଙ୍ଘନ ୩ଟି ଓ୍ଵକେଟ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବେନ୍‌ କଟିଂ ୧-୧ ଓ୍ଵିକେଟ ନେଇଛନ୍ତି।

ସମ୍ବନ୍ଧିତ ଖବର