ଆଇପିଏଲ୍‌ ୧୨: ମୁମ୍ବାଇକୁ ୩୭ରନ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ୍‌

ମୁମ୍ବାଇ: ‘ଆଇପିଏଲ୍‌’ର ତୃତୀୟ ମ୍ୟାଚ୍‌ରେ ୩୭ ରନ୍‌ରେ ମୁମ୍ବାଇକୁ ହରାଇଛି ଦିଲ୍ଲୀ କ୍ୟାପିଟାଲସ୍‌ । ୨୧୩ ରନ୍‌ର ପିଛା କରି ମୁମ୍ବାଇ ଇଣ୍ଡିଆନ୍‌ ୧୯.୨ ଓଭରରେ ୧୭୬ ରନ୍‌ରେ ଅଲ୍‌ ଆଉଟ ହୋଇଥିଲା । ଇଶାନ୍ତ ଶର୍ମା ଓ ରାବଡା ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ବୋଲ୍ଟ, ରାହୁଲ, ପଲ୍‌ ଓ ଅକ୍ଷର ପଟେଲ୍‌ ୧ ଲେଖାଁ ଓ୍ଵିକେଟ ନେଇଥିଲେ । ଫଳରେ ମୁମ୍ବାଇ ୧୯.୨ ଓଭରରେ ସମସ୍ତ ଓ୍ଵକେଟ ହରାଇ ୧୭୬ ରନ୍‌ କରିଥିଲା ।

ଓ୍ଵାଙ୍ଖଡେ ଷ୍ଟାଡିୟମରେ ଆୟୋଜକ ମୁମ୍ବାଇ ଇଣ୍ଡିଆନସ୍‌ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୧୧.୨ ଓଭରରେ ୯୫ ରନ୍‌ ସଂଗ୍ରହ କରି ୫ଟି ମୂଲ୍ୟବାନ ଓ୍ଵକେଟ ହରାଇଛି। ସ୍କୋର ୩୩ ରନ୍‌ରେ ମୁମ୍ବାଇ ପ୍ରଥମ ଓ୍ଵିକେଟ ଭାବରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ଦଳକୁ ୩୭ ରନ୍‌ରେ ସୂର୍ଯ୍ୟକାନ୍ତ ଯାଦବଙ୍କ ଭାବରେ ଝଟକା ଲାଗିଥିଲା। ୪୫ ରନ୍‌ରେ କ୍ୱିଣ୍ଟନ ଡି କକ୍‌ ଆଉଟ୍‌ ହୋଇଥିବା ବେଳେ ସ୍କୋର ୯୫ ରନ୍‌ରେ କିରନ ପୋଲାର୍ଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇଥିଲେ। ଡି କକ୍‌ ୨୭ ରନ୍‌, ରୋହିତ ଶର୍ମା ୧୪ ରନ୍‌, କିରନ୍‌ ପୋଲାର୍ଡ ୨୧ ରନ୍‌ କରିଥିଲେ।

ପ୍ରଥମ ଇନିଂସରେ ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ (୭୮ ରନ, ୨୭ ବଲ, ୭ ଚୌକା ଓ ୭ ଛକା) ବଳରେ ଦିଲ୍ଲୀ କ୍ୟାପିଟାଲସ୍‌ ରବିବାର ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୧୩ ରନ୍‌ କରିଥିଲା। ଫଳରେ ମୁମ୍ବାଇକୁ ୨୧୪ ରନ ବିଜୟ ଲକ୍ଷ୍ୟ ମିଳିଥିଲା।

ମୁମ୍ବାଇ ଇଣ୍ଡିଆନସ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ କ୍ୟାପିଟାଲସ୍‌ ବ୍ୟାଟିଂ କରିଥିଲା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ତୃତୀୟ ମ୍ୟାଚରେ ଦିଲ୍ଲୀ ସ୍କୋର ୧୦ ରନ୍‌ରେ ପୃଥ୍ଵୀ ସଙ୍କୁ ହରାଇଥିଲା। ମୁମ୍ବାଇର ଦ୍ୱିତୀୟ ଶିକାର ହୋଇଥିଲେ ଶ୍ରେୟସ ଆୟାର। ସେତେବେଳକୁ ସ୍କୋର ୩.୪ ଓଭରରେ ୨୯ ରନ୍‌ ଥିଲା। ତୃତୀୟ ଓ୍ଵିକେଟରେ ଦିଲ୍ଲୀ ୮୩ ରନ୍‌ ସଂଗ୍ରହ କରିଥିଲା। ସ୍କୋର ୧୧୨ ରନ୍‌ରେ କୋଲିନ ଇଗ୍ରାମ (୪୭ ରନ୍‌, ୩୨ ବଲ, ୭ ଚୌକା ଓ ୧ ଛକା) ଆଉଟ୍‌ ହୋଇଥିବା ବେଳେ ୧୩୧ ରନ୍‌ରେ ଶିଖର ଧାଓ୍ଵନ୍‌ (୪୩ ରନ୍‌, ୩୬ ବଲ, ୪ ଚୌକା ଓ ୧ ଛକା) ପାଭଲିଅନ୍‌ ଫେରିଥିଲେ।

ସ୍କୋର ୧୫୭ ରନ୍‌ରେ କିମୋ ପଲ, ୧୬୫ ରନ୍‌ରେ ଅକ୍ଷର ପଟେଲ ଆଉଟ ହୋଇଥିଲେ । ମୁମ୍ବାଇର ବୋଲର ମିଚେନ ମ୍ୟାକଲିଙ୍ଘନ ୩ଟି ଓ୍ଵକେଟ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବେନ୍‌ କଟିଂ ୧-୧ ଓ୍ଵିକେଟ ନେଇଛନ୍ତି।

ସମ୍ବନ୍ଧିତ ଖବର