ଆଇପିଏଲ୍‌: ମେ’ ମାସ ୧୨ରେ ଖେଳାଯିବ ଫାଇନାଲ ମ୍ୟାଚ୍‌, ଏହି ଷ୍ଟାଡିୟମ୍‌ରେ ମୁକାବିଲା କରିବେ ୨ଟିମ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ମେ’ ମାସ ୧୨ ତାରିଖରେ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ। ଆଇପିଏଲ୍‌ର କ୍ୱାଲିଫାୟାର-୧ ଚେନ୍ନାଇ ଏବଂ କ୍ୱାଲିଫାୟର-୨ ଓ ଏଲିମିନେଟର ବିଶାଖାପାଟଣାରେ ଖେଳାଯିବ। ତାମିଲନାଡୁ କ୍ରିକେଟ ସଂଘ (ଟିଏନ୍‌ସିଏ)କୁ ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ର ଆଇ, ଜେ ଏବଂ କେ ଷ୍ଟାଣ୍ଟ ଖୋଲିବାକୁ ଅନୁମତି ମିଳି ନାହିଁ। ଏହି କାରଣରୁ ଫାଇନାଲ ମୁକାବିଲା ହାଇଦ୍ରାବାଦ୍‌ରେ ଫାଇନାଲ ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସାଧାରଣ ଭାବେ ପ୍ଲେଅଫ ମୁକାବିଲା ବର୍ତ୍ତମାନର ବିଜେତା ଏବଂ ଫାଇନାଲ ଯାଏଁ ପହଂଚିଥିବା ଟିମ୍‌ ଘରୋଇ ପଡ଼ିଆରେ ଖେଳାଯାଇଥାଏ। ମାତ୍ର କିଛି କଠିଣ କାରଣରୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ବିଶାଖାପାଟଣାରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିଛି। ଚେନ୍ନାଇରେ କ୍ୱାଲିଫାୟର-୧ ମେ’ ମାସ ୭ରେ ଖେଳାଯିବ।

ହାଇଦ୍ରାବାଦ୍‌ରେ ଏଲିମିନେଟର ଏବଂ କ୍ୱାଲିଫାୟର-୨ ଖେଳାଯିବାର ଥିଲା କିନ୍ତୁ ମେ’ ମାସ ୬, ୧୦ ଏବଂ ୧୪ରେ ସ୍ଥାନୀୟ ନିର୍ବାଚନ କାରଣରୁ ପୁଲିସ ଜରୁରୀ ସୁରକ୍ଷା ଏବଂ ଅନୁମତି ପ୍ରଦାନ କରିବାସ୍ଥିତିରେ ନଥିଲା। ବିଶାଖାପାଟଣାରେ ମେ’ ମାସ ୮ ଓ ୧୦ରେ ଏହି ୨ଟି ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର