ମୁମ୍ବାଇ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେଲେ ହାର୍ଦ୍ଦିକ-ବୁମରା, ଚଳିତ ଆଇପିଏଲ୍‌ ସଂସ୍କରଣରେ ଦେଲେ ପ୍ରଥମ ବିଜୟ

ବେଙ୍ଗାଲୁରୁ: ହାର୍ଦ୍ଦିକ ପାଣ୍ଡ୍ୟା (୩୨ ରନ୍‌, ୧୪ ବଲ, ୨ ଚୌକା ଓ ୩ ଛକା)ଙ୍କ ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ ଏବଂ ଯଶପ୍ରୀତ ବୁମରାଙ୍କ ଡେଥ ଓଭରରେ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ଗୁରୁବାର ଏଠାରେ ରୋୟାଲ ଚ୍ୟାଲେଞ୍ଜର୍ସକୁ ୬ ରନ୍‌ରେ ପରାସ୍ତ କରି ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ୍‌) ଚଳିତ ସଂସ୍କରଣର ୭ମ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି।

ବେଙ୍ଗାଲୁରୁଙ୍କ ସମ୍ମୁଖରେ ୧୮୮ ରନ ଲକ୍ଷ୍ୟ ଥିଲା। ବୁମରା ୨୦ ରନ୍‌ ଦେଇ ୩ ଓ୍ଵିକେଟ ନେଇ ବେଙ୍ଗାଲୁରୁର ପ୍ରଥମ ବିଜୟ ସ୍ୱପ୍ନକୁ ଧୂଳିସାତ୍‌ କରିଦେଇଥିଲେ। ବିରାଟ କୋହଲି ୩୨ଟି ବଲ ଖେଳି ୪୬ ରନ୍‌ ଏବଂ ପାର୍ଥିବ ପଟେଲ ୨୨ ବଲ ଖେଳି ୩୧ ରନ୍‌ ଯୋଗଦାନ ଦେଇଥିଲେ। ଏବି ଡିଭିଲିୟର୍ସ ଥରଟିଏ ଜୀବନଦାନ ପାଇବା ପରେ ବିସ୍ଫୋରକ ବ୍ୟାଟିଂ କରି ଦେଇଥିଲେ। ସେ ୪୧ଟି ବଲ ଖେଳି ୪ଟି ଚୌକା ଏବଂ ୬ଟି ଛକା ଜରିଆରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ତିମ ୨ ଓଭରରେ ବେଙ୍ଗାଲୁରୁକୁ ୨୨ ରନ୍‌ ଥିବା ବେଳେ ୧୫ ରନ୍‌ ହୋଇ ପାରିଥିଲା।

ସମ୍ବନ୍ଧିତ ଖବର