ଆଇପିଏଲ ୨୦୧୯: ୯ ଓଭର ଶେଷ ସୁଦ୍ଧା ପଞ୍ଜାବ ୬୦/୨

ଜୟପୁର : ଜୟପୁରର ସଓ୍ଵାଇ ମାନ ସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୧୯ର ୪ର୍ଥ ମ୍ୟାଚରେ କିଙ୍ଗସ ଏକାଦଶ ପଂଜାବ ରାଜସ୍ଥାନ ରୟାଲ୍ସକୁ ଭେଟୁଛି । ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ହସ୍ତଗତ ହୋଇଥିବା ସର୍ବଶେଷ ଖବର ଅନୁସାରେ ପଂଜାବ ଦଳ ୯ ଓଭର ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ ହରାଇ ୬୦ ରନ ସଂଗ୍ରହ କରିଛି । କ୍ରିସ ଗେଲ ୨୫ ବଲରେ ୨୭ ରନ କରି ଓ ସରଫରାଜ ଖାଁ ୧ ବଲରେ ୧ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି ।

ଏହା ପୂର୍ବରୁ ଗେଲଙ୍କ ସହିତ ଓପନିଂ ଆସିଥିବା ଲୋକେଶ ରାହୁଲ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ସେ ଧଓ୍ଵଲ କୁଲକର୍ଣ୍ଣିଙ୍କ ବଲରେ ଓ୍ଵାର୍ନରଙ୍କ ହାତରେ ଧରା ପଡିଥିଲେ । ସେହିପରି ମୟଙ୍କ ଅଗ୍ରଓ୍ଵାଲ ୨୪ ରନ କରି ଗୋଥାମଙ୍କ ବଲରେ କୁଲକର୍ଣ୍ଣିଙ୍କ ହାତରେ ଧରା ପଡିଥିଲେ ।

ସମ୍ବନ୍ଧିତ ଖବର