ଗେଲ ଧମାକା : ରାଜସ୍ଥାନ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ଜୟପୁର : ଜୟପୁରର ସଓ୍ଵାଇ ମାନ ସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୧୯ର ୪ର୍ଥ ମ୍ୟାଚରେ କିଙ୍ଗସ ଏକାଦଶ ପଂଜାବ ରାଜସ୍ଥାନ ରୟାଲ୍ସ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଛି । ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପଂଜାବ ଇନିଂସରେ ଆକର୍ଷଣୀୟ ଥିଲା ଭେଟେରାନ କ୍ରିସ ଗେଲଙ୍କ ୪୭ ବଲରେ ୭୯ ରନ । ଏହି ଇନିଂସରେ ସେ ୪ଟି ଛକା ଓ ୮ଟି ଚୌକା ମାରିଥିଲେ । ସରଫରାଜ ଖାଁ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ୨୯ ବଲରେ ୪୬ ରନ କରିଥିଲେ ।

ମୟଙ୍କ ଅଗ୍ରଓ୍ଵାଲ ୨୨ ରନ କରି ଗୋଥାମଙ୍କ ବଲରେ ଆଉଟ ହୋଇଥିଲା ।  ଗେଲଙ୍କ ସହିତ ଓପନିଂ ଆସିଥିବା ଲୋକେଶ ରାହୁଲ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ସେ ଧଓ୍ଵଲ କୁଲକର୍ଣ୍ଣିଙ୍କ ବଲରେ ବଟଲରଙ୍କ ହାତରେ ଧରା ପଡିଥିଲେ । ରାଜସ୍ଥାନ ପକ୍ଷରୁ ବେନ ଷ୍ଟୋକ୍ସ ୨ଟି ଏବଂ ଧଓ୍ଵଲ କୁଲକର୍ଣ୍ଣି ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର