ଆଇପିଏଲ୍‌ ୧୧: ବେଙ୍ଗାଲୁରୁକୁ ୨୧୮ ରନ୍‌ ଟାର୍ଗେଟ ଦେଲା ରାଜସ୍ଥାନ

ରୋୟାଲ ଚ୍ୟାଲେଞ୍ଜର୍ସ ବିରୋଧରେ ରାଜସ୍ଥାନ ରୋୟାଲସ୍‌ର ସର୍ବାଧିକ ସ୍କୋର

ବେଙ୍ଗାଲୁରୁ: ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ରାଜସ୍ଥାନ ରୋୟାଲସ୍‌ ସର୍ବାଧିକ ରନ ସଂଗ୍ରହ କରିଛି। ଇନିଂସ ଆରମ୍ଭରୁ ଓ ଶେଷ ୫ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୨୧୭ ରନ୍‌ ସଂଗ୍ରହ କରିଛି। ସଞ୍ଜୁ ସାମସନ୍‌ (୯୨ ରନ୍‌, ୪୫ ବଲ୍‌, ୨ଟି ଚୌକା, ୧୦ଛକା) ରନ୍‌ ଯୋଡ଼ିଥିଲେ। ଆଜିଙ୍କ୍ୟ ରାହାଣେ ୩୬ ରନ୍‌, ବେନ୍‌ ଷ୍ଟୋକ୍‌ ୨୭ ରନ୍‌ ଓ ବଟଲର୍‌ ୨୩ ରନ୍‌ ଯୋଡ଼ି ଥିଲେ। ବେଙ୍ଗାଲୁରୁକୁ ୨୧୮ ରନ୍‌ ବିଜୟ ପାଇଁ ଟାର୍ଗେଟ ମିଲିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ରବିବାର ମ୍ୟାଚ୍‌ରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା।

ରାଜସ୍ଥାନ ୪୯ ରନ୍‌ରେ ପ୍ରଥମ ଓ୍ଵିକେଟରେ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ହରାଇଥିଲା। ୫୩ ରନ୍‌ରେ ସ୍କଟ, ୧୦୨ ରନ୍‌ରେ ବେନ୍‌ ଷ୍ଟୋକ୍‌, ୧୭୫ ରନ୍‌ରେ ଜୋସ୍‌ ବଟଲର୍‌ ଆଉଟ୍‌ ହୋଇଥିଲେ। ରାଜସ୍ଥାନ ଖେଳାଳିଙ୍କୁ ବେଙ୍ଗାଲୁରୁ ବୋଲରଙ୍କ ପ୍ରଭାବ ପକାଇ ପାରି ନଥିଲା। କ୍ରିସ ଓ୍ଵକସ୍‌ ଓ ଯୁଜବେନ୍ଦ୍ର ଚହଲ ୨-୨ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର