ଆଇପିଏଲ୍‌: ପ୍ରଥମ ବିଜୟ ଆଶାରେ ବେଙ୍ଗାଲୁରୁ, ପଂଜାବ ବିପକ୍ଷରେ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି

ମୋହାଲି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣରେ ପ୍ରଥମ ବିଜୟ ଆଶା ନେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶନିବାର କିଙ୍ଗସ୍‌ ଏକାଦଶ ପଂଜାବକୁ ଭେଟିଛି। ଏବର୍ଷ ବେଙ୍ଗାଲୁରୁ ୬ ଟି ମ୍ୟାଚ୍‌ ଖେଳି ସାରିଥିବା ବେଳେ ଗୋଟିଏରେ ବିଜୟ ହାସଲ କରିପାରି ନାହିଁ। ତେଣୁ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଦଳ ଅଙ୍କ ତାଲିକାର ନିମ୍ନରେ ରହିଛି। ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରୁଛି।

ରୟାଲ ଚ୍ୟାଲେଞ୍ଜର୍ସ ଚଳିତ ଆଇପିଏଲ୍‌ରେ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗସ୍‌ ସହିତ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ରୟାଲ ଚେନ୍ନାଇ ଠାରୁ ୭ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା। ଏହା ପରେ ଟିମ ମୁମ୍ବାଇ ଠାରୁ ୬ ରନ୍‌, ହାଇଦ୍ରାବାଦ୍‌ ଠାରୁ ୧୧୮ ରନ, ରାଜସ୍ଥାନ ଠାରୁ ୭ ଓ୍ଵିକେଟ, କୋଲକାତା ଠାରୁ ୫ ଓ୍ଵିକେଟ ଓ ଦିଲ୍ଲୀ ଠାରୁ ୪ ଓ୍ଵିକେଟରେ ପରାସ୍ତ ହୋଇଥିଲା।

ପଂଜାବ ଟିମ ଏଯାଏଁ ୭ଟି ମ୍ୟାଚ ଖେଳିଥିବା ବେଳେ ଏଯାଏଁ ୪ଟି ମ୍ୟାଚ ଜିତିଛି ଓ ୩ଟିରେ ପରାଜୟ ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର